ପୁଲିସ ଚାକିରି ମହାଘୋଟାଲା, ଜରୁରୀ ବୈଠକ ଡାକିଲେ ଓପିଆରବି ଅଧ୍ୟକ୍ଷ

ଭୁବନେଶ୍ବର: ପୁଲିସ ଚାକିରି ମହାଘୋଟାଲା ନେଇ ଖୋଳତାଡ ଜାରି ରହିଥିବା ବେଳେ ଜରୁରୀ ବୈଠକ ଡାକିଛନ୍ତି ଓପିଆରବି ଅଧ୍ୟକ୍ଷ ସୁଶାନ୍ତ ନାଥ । ବୈଠକରେ ଓପିଆରବିର କର୍ମଚାରୀ ମାନେ ଉପସ୍ଥିତ ରହିଛନ୍ତି । ବିଭାଗ ଭିତରେ କିଏ ରହିଛି କେଳେଙ୍କାରୀ ଅଫିସର? ତାହାକୁ ଧରିବାକୁ ଛାନିଭିନ ଆରମ୍ଭ ହୋଇଛି ।
ଆଜି ଏହି ଘଟଣାରେ ଓପିଆରବି ଏସପି ବଳଭଦ୍ର ଦୀପଙ୍କୁ ଡକାଇ ପଚରାଉଚରା କରାଯାଉଛି । ଘଟଣାରେ ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ପୂର୍ବରୁ ୧୧୪ଜଣ ପରୀକ୍ଷାର୍ଥୀ ଓ ୩ଜଣ ଦଲାଲ ଗିରଫ ହୋଇସାରିଛନ୍ତି । ପରୀକ୍ଷାରେ ଜଡିତ ଥିବା ସଂସ୍ଥା ସହିତ କେଉଁ ଅଧିକାରୀଙ୍କ ସଂପୃକ୍ତି ରହିଛି ତାହାର ଖୋଳତାଡ ଜାରି ରହିଛି ।
Powered by Froala Editor