ଶୌଚ ପାଇଁ ଯାଇଥିଲେ ବୃଦ୍ଧ, ହୋଇଗଲେ ନିଖୋଜ

କୁଆଁପାଳ : କଟକ ଜିଲ୍ଲା ଜଳସ୍ଵରପୁର ପଞ୍ଚାୟତ ଗଙ୍ଗାପୁରା ଗାଁରେ ଅଭାବନୀୟ ଘଟଣା ଘଟିଛି । ଗୋବରୀ ନଦୀକୁ ଶୌଚ ହେବା ପାଇଁ ଯାଇ ଜଣେ ବୃଦ୍ଧ ନିଖୋଜ ହୋଇଯାଇଛନ୍ତି। ଖବର ଅନୁଯାଇ ଗଙ୍ଗାପୁରା ଗାଁର ବୃଦ୍ଧ ଶଙ୍କର୍ଷଣ ଦାସ ଶୁକ୍ରବାର ରାତିରେ ଘର ନିକଟରେ ଥିବା ଗୋବରୀ ନଦୀକୁ ଶୌଚ ହେବା ପାଇଁ ଯାଇଥିଲେ । ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ହେଲେ କୌଣସି ପତ୍ତା ମିଳିନଥିଲା।
Powered by Froala Editor