ଲଘୁଚାପ ଜନିତ ଲଗାଣ ବର୍ଷା: ବଢୁଛି ଋଷିକୂଲ୍ୟା ନଦୀ ଜଳସ୍ତର

ଗଞ୍ଜାମ: ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ଦୁଇ ଦିନ ହେଲା ବର୍ଷା ଲାଗି ରହିଥିଲା । ଫଳରେ ଗଞ୍ଜାମ ଜିଲାକୁ ପୂର୍ବରୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ବର୍ତମାନ ୟେଲୋ ଜୋନ ଘୋଷଣା କରାଯାଇଛି । ବର୍ଷା ପରେ ଋଷୁକୂଲ୍ୟା ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଏନେଇ ଶୁକ୍ରବାର ପୂର୍ବାହ୍ନ ରେ ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ଦାମୋଦର ପୁର ନିକଟରେ ଋଷୁକୂଲ୍ୟା ନଦୀ କୂଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଥିଲେ ।
ଜିଲ୍ଲାପାଳଙ୍କ ସହିତ ଗଞ୍ଜାମ ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀ, ଗଞ୍ଜାମ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ସ୍ଥିତିକୁ ଦେଖି ଆଗାମୀ ୨୪ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ବୋଲି ଜିଲ୍ଲାପାଳ କହିଛନ୍ତି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ସାମନ୍ୟ ଜଲସ୍ତର ବୃଦ୍ଧି ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଘୋଡ଼ାହାଡ଼ ଡ୍ୟାମ ରେ ଅଧିକ ପାଣି ଯୋଗୁଁ ଋଷିକୂଲ୍ୟା ନଦୀରେ ଜଳ ସ୍ତର ବୃଦ୍ଧି ପାଇଛି । ତଟବର୍ତ୍ତୀ ଅଞ୍ଚଳ ଲୋକମାନେ ନଦୀ ସମୁଦ୍ରକୁ ନଯିବା ଲାଗି ବାରଣ କରାଯାଇଛି । ନଦୀ କୁଳିଆ ଅଞ୍ଚଳରେ ଟିମକୁ ଆଲର୍ଟ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।
Powered by Froala Editor