ଶୋଇବା ଅବସ୍ଥାରେ ମୁଣ୍ଡକୁ ହାଣି ହତ୍ୟା

ପାଟଣା: ନିଜ ଘର ବାରଣ୍ଡାରେ ଶୋଇଥିବା ଅବସ୍ଥାରେ ମୁଣ୍ଡକୁ ହାଣି ହତ୍ୟା କରାଯାଇଛି । ଏଭଳି ଅଭାବନୀୟ ଘଟଣା କେନ୍ଦୁଝର ଜିଲା ଘଟଗାଁ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ହେଲେ ୫୫ବର୍ଷୀୟ ଭଦୃ ମହାକୁଡ ।
ଖବରରୁ ପ୍ରକାଶ ଯେ ଘଟଗାଁ ଥାନା ଅଞ୍ଚଳ ଢେଙ୍କିକୋଟ ବିଟ ହାଉସ ଅନ୍ତର୍ଗତ ମେଦିନିପୁର ଗ୍ରାମର ଭଦୃ ମହାକୁଡ଼ ନିଜ ଘର ବାରଣ୍ଡାରେ ଶୋଇଥିବା ବେଳେ ଗତରାତି ୩ଟା ରୁ ୪ଟା ମଧ୍ୟରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଖବର ପାଇ ଘଟଗାଁ ଏସଡିପିଓ ବିଜୟ କୃଷ୍ଣ ମହାପାତ୍ର, ଘଟଗାଁ ଥାନାଧିକାରୀ ଶୁଭ୍ରାନ୍ତ କୁମାର ଜେନା,ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାଏକଙ୍କ ସହ ପୁଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
Powered by Froala Editor