ପୋଲ ଉପରେ ପାଣି, ଯାତାୟତ ବନ୍ଦ

ଭୁବନେଶ୍ବର: ଚଳିତ ଲଘୁଚାପ ଜନିତ ବର୍ଷା ପ୍ରଭାବରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଲକରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବର୍ଷା ଫଳରେ ଦୁର୍ଗମ ମହାଲିମ୍ବ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ବର୍ଷା ପାଣି ପଶିବାରୁ କାନ୍ଥ ଭୁଶୁଡ଼ି ପଡିଛି। ସେହି ପରି ତିନିଟି ସ୍ଥାନରେ ପୋଲ ଉପରେ ପାଣି ପ୍ରବାହିତ ହେବା ଫଳରେ ଯାତାୟତ ସମସ୍ୟା ସୃଷ୍ଟି ହୋଇଛି।
ବର୍ଷା ହେବା ଫଳରେ ମହେନ୍ଦ୍ର ତନୟା ନଦୀରେ ପାଣି ଆସିବା ଫଳରେ ବୁରାତାଲ ଠାରୁ ଜାମଗଣ୍ଡ ରାସ୍ତାରେ ନିର୍ମିତ କାଠ ପୋଲ ଉପର ଦେଇ ପାଣି ପ୍ରଭାବିତ ହେବାରୁ ଯାତାୟତ ବନ୍ଦ ରହିଛି। ସେହି ପରି ଆଙ୍କୁଲି ପଂଚାୟତ ଠାରୁ ଆମ୍ବ ନାଳରେ ପାଣି ଆସିବା ଫଳରେ କମ୍ପୁଟ ବାଡ଼ ଠାରୁ କୁମ୍ଭାର ଦଲି ଯିବା ରାସ୍ତା ପୋଲ ଉପର ଦେଇ ପାଣି ପ୍ରଭାବିତ ହେବା ଫଳରେ କମ୍ପୁଟ ଗ୍ରାମକୁ ଯାତାୟାତ ବନ୍ଦ ରହିଥିଲା।
ବର୍ଷା ଯୋଗୁଁ ଦିଗପହଣ୍ଡି ବ୍ଲକର ଭ୍ରମରପୁର ଠାରୁ ଗଜପତି ଜିଲ୍ଲା ମହେନ୍ଦ୍ର ଗଡ ଯିବା ରାସ୍ତାରେ ବାତରଡ଼ା ନାଳରେ ନିର୍ମାଣ ଚାଲିଥିବାକର୍ଲଭଟ ଉପର ଦେଇ ପାଣି ପ୍ରଭାବିତ ହେବା ଫଳରେ ପାତ୍ରପୁର ବ୍ଳକର ଖାରିଆଗୁଡ଼ା,ତୁରୁବୁଡ଼ି ଗଜପତି ଜିଲ୍ଲା ମହେନ୍ଦ୍ର ଗଡ ସହିତ ଭ୍ରମର ପୁର ଦିଗପହଣ୍ଡି ଯୋଗାଯୋଗ ବିଛିନ୍ନ ହୋଇ ପଡିଛି।
Powered by Froala Editor