ପୂଜା ମଣ୍ଡପରେ ସିନ୍ଦୂର ଖେଳିଲେ ମହିଳା

ଭୁବନେଶ୍ବର: କଟକରେ ବିଭିନ୍ନ ପୂଜା ମଣ୍ଡପ ମଧ୍ୟରୁ ବଙ୍ଗୀୟ ମତରେ ପୂଜା ପାଉଥିବା ମଣ୍ଡପ ଗୁଡିକରେ ସିନ୍ଦୂର ଖେଳ ସବୁଠାରୁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା। ମାଆଙ୍କୁ ସିନ୍ଦୂର ଅର୍ପଣ କରିବା ପରେ ସଧବା ମହିଳା ମାନେ ପରସ୍ପର ପରସ୍ପରକୁ ସିନ୍ଦୂର ବୋଳି ନିଜ ନିଜ ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରି ସ୍ବାମୀ ମାନଙ୍କ ଦୀର୍ଘ ଜୀବନ କାମନା କରିଥିଲେ।
ନବମୀ ତିଥିରେ କେତେକ ମଣ୍ଡପରେ କୁମାରୀ ପୂଜା ହୋଇଥିଲା ବେଳେ ଦଶମୀରେ ମଣ୍ଡପ ମାନଙ୍କରେ ଅପରାଜିତା ପୂଜା ଅନୁଷ୍ଠିତ ହୋଇଥିଲା। ବିଜୟା ଦଶମୀ ଅବସରରେ ଶ୍ରଦ୍ଧାଳୁ ମାନେ ପରସ୍ପରକୁ ବିଜୟା ଦଶମୀର ଶୁଭେଚ୍ଛା ଅଭିନନ୍ଦନ ଜଣାଇଥିଲେ। ପ୍ରତିକୂଳ ପାଗ ସତ୍ତ୍ୱେ ଶ୍ରଦ୍ଧାଳୁ ମାନଙ୍କର ମଣ୍ଡପରେ ଭିଡ ଦେଖିବାକୁ ମିଳିଥିଲା।
Powered by Froala Editor