ପୁଲିସ୍ ଏସ୍ଆଇ ପରୀକ୍ଷା ଜାଲିଆତି ମାମଲା: ଖୋଳତାଡ କରିବ କ୍ରାଇମବ୍ରାଞ୍ଚ

ବ୍ରହ୍ମପୁର :ପୁଲିସ୍ ଏସ୍ଆଇ ପରୀକ୍ଷା ଜାଲିଆତି ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏ ନେଇ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ଏହି ମାମଲାରେ ଆହୁରି ଅନେକ ଦଲାଲଙ୍କ ସମ୍ପୃକ୍ତି ଥିବା ସୂଚନା ମିଳିଛି। ପ୍ରତି ଆଶାୟୀଙ୍କ ସହ ୨୦ରୁ ୨୫ ଲକ୍ଷ ଟଙ୍କାର ଡିଲ୍ ହୋଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି। ତେଣୁ କ୍ରାଇମବ୍ରାଞ୍ଚ ପୁଲିସ୍ ଘଟଣାର ଅଧିକ ଖୋଳତାଡ କରିବ। ତେବେ ଏହି ଜାଲିଆତି ମାମଲାରେ ବ୍ରହ୍ମପୁର ପୁଲିସ୍ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆବେଦନକାରୀ ଏବଂ ଦଲାଲଙ୍କୁ ମିଶାଇ ୧୧୭ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ୮ ଜଣ ମହିଳା ରହିଥିବା ସୂଚନା ମିଳିଛି।
Powered by Froala Editor