ହାତୀ ଆକ୍ରମଣରେ ଭାଙ୍ଗିଲା ମହିଳାଙ୍କ ଘର

ରାୟଗଡା: ରାୟଗଡା ବନଖଣ୍ଡ କଲ୍ୟାଣସିଂହପୁର ରେଞ୍ଜ ଶିକରପାଇ ବିଟ ଅଧୀନରେ ଥିବା ଭିତର ଝୋଲା ଗ୍ରାମର ଦଶଇ ମେଲକା ନାମ୍ନୀ ଜଣେ ମହିଳାଙ୍କ ଘର ଭାଙ୍ଗିଲା ହାତୀ। ଗତ କାଲି ସୋମବାର ରାତିରେ ଦୁଇଟି ହାତୀ ଆସି ଦଶଇଙ୍କ ମାଟି ଝିଙ୍କର ଘରକୁ ଭାଙ୍ଗି ଜିନିଷ ପତ୍ର ନଷ୍ଟ କରିଦେଇଛନ୍ତି। ବନ କର୍ମଚାରୀ ପହଞ୍ଚି ହାତୀ ଘଉଡ଼ାଇବା ସହିତ ଲୋକଙ୍କୁ ସଚେତନ କରିଛନ୍ତି। ହାତୀମାନେ ଏବେ ଥେରୁବାଲି ବିଟରେ ଘୁରି ବୁଲୁଥିବା ବେଳେ ବର୍ତ୍ତମାନ ରାୟଗଡା ରେଞ୍ଜ କୁମୁଟେଲପେଣ୍ଟା ସେକ୍ସନ ଆଡକୁ ମୁହାଁଇଥିବା ଜଣାପଡିଛି।
Powered by Froala Editor