ସ୍ଥଗିତ ହେଲା ପୁଲିସ ଏସ୍ଆଇ ପରୀକ୍ଷା
ଭୁବନେଶ୍ବର: ପୁଲିସ ଏସ୍ଆଇ ପରୀକ୍ଷା ସ୍ଥଗିତ ହୋଇଛି । ଅକ୍ଟୋବର ୫ ଓ ୬ରେ ହେବାକୁ ଥିବା ଲିଖିତ ପରୀକ୍ଷାକୁ ସ୍ଥଗିତ କରାଯାଇଛି । ଏନେଇ ଓପିଆରବି ଅଧ୍ୟକ୍ଷକଙ୍କ ପକ୍ଷରୁ ସୂଚନା ଜାରି ହୋଇଛି । ଏସ୍ଆଇ ପରୀକ୍ଷାରେ ଜାଲିଆତି ଅଭିଯୋଗ ପରେ ଲିଖିତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ତେବେ ସାନି ପରୀକ୍ଷା ତାରିଖ ଶୀଘ୍ର ଘୋଷଣା ନେଇ ସୂଚନା ଦିଆଯିବ ବୋଲି କୁହାଯାଇଛି ।
Powered by Froala Editor