ଆଜି ପ୍ରସିଦ୍ଧ ଛତର ଯାତ୍ରା

ଭବାନୀପାଟଣା: ଆଜି କଳାହାଣ୍ଡିବାସୀଙ୍କ ଆରାଧ୍ୟା ଦେବୀ ମା ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। ଏଥିପାଇଁ ଭବାନୀପାଟଣା ସହର ଚଳଚଞ୍ଚଳ । ମଧ୍ୟରାତ୍ରରେ ମା ଙ୍କ ମନ୍ଦିରରେ ସନ୍ଧି ପୂଜା କରାଯାଇଥିଲା। ଏହାପରେ ନିଶାର୍ଦ୍ଧରେ ମା ଙ୍କ ପ୍ରତୀକ ଛତର କୁ ସହର ଉପକଣ୍ଠରେ ଥିବା ଜେନାଖାଲ କୁ ନିଆଯାଇଥିଲା। ସେଠାରେ ଗୁପ୍ତ ପୂଜା ପରେ ଆଜି ପୀଠରେ ମହାନବମୀ ତିଥିରେ ଭୋର ୪ ଟା ୪୫ ମିନିଟରେ ମାଙ୍କ ପ୍ରତୀକ ଛତରକୁ ଏକ ବିରାଟ ପଟୁଆରରେ ମନ୍ଦିରକୁ ନିଆଯାଇଥିଲା।
ମାନସିକଧାରୀ ମାନେ ପରମ୍ପରା ଅନୁଯାୟୀ ମା ଙ୍କ ନିକଟରେ ନୈବେଦ୍ୟ ଅର୍ପଣ କରିଥିଲେ । ବର୍ଷକୁ ଦିନଟିଏ ପାଇଁ ରାଜରାସ୍ତାରେ ମା ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।
ସେହିଭଳି ଘୁମୁରା, ଘଣ୍ଟ, ନିଶାନ ଦଳ ସମେତ ସାଂସ୍କୃତିକ ଦଳ ଗୁଡିକ ମାଙ୍କୁ ସ୍ୱାଗତ କରିଥିଲେ । ଜେନାଖାଲ ରୁ ମନ୍ଦିର ଯାଏଁ ରାସ୍ତାରେ ମାନସିକଧାରୀମାନେ ଛାଗ ବଳି ଦେଇଛନ୍ତି । ଜିଲାପାଳ ପାୱାର ସଚିନ ପ୍ରକାଶ ଏବଂ ଏସପି ନାଗରାଜ୍ ଦେବରକୋଣ୍ଡା ଜେନାଖାଲ ରୁ ମନ୍ଦିର ଯାଏଁ ବିଭିନ୍ନ ସ୍ଥାନରେ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ।
Powered by Froala Editor