ଦୁର୍ଗାପୂଜା ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ଭୁବନେଶ୍ବର: ପବିତ୍ର ଦୁର୍ଗା ପୂଜା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, ପବିତ୍ର ଦୁର୍ଗା ପୂଜା ଆମ ସଂସ୍କୃତି, ଆସ୍ଥା ଓ ଆଧ୍ୟାତ୍ମିକ ଗୌରବର ପ୍ରତୀକ। ମା’ ଦୁର୍ଗାଙ୍କ ୯ଟି ରୂପର ପୂଜା କେବଳ ଆଧ୍ୟାତ୍ମିକ ଶୁଦ୍ଧିର ମାର୍ଗ ନୁହେଁ; ବରଂ ଏହା ସତ୍ୟ, ନ୍ୟାୟ ଓ କରୁଣାର ସହ ଅଗ୍ରସର ହେବାର ପ୍ରେରଣା ବୋଲି ସେ କହିଛନ୍ତି। ମା’ ଦୁର୍ଗା ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଭରିଦିଅନ୍ତୁ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କାମନା କରିଛନ୍ତି।
Powered by Froala Editor