ପୁଣି ଖୋଲିବ ମମିତା ମେହେର ହତ୍ୟାକାଣ୍ଡ

ଭୁବନେଶ୍ବର: ପୁଣି ଖୋଲିବ ମମିତା ମେହେର ହତ୍ୟାକାଣ୍ଡ ନଥି। ରବିବାର ଗୋବିନ୍ଦ ସାହୁଙ୍କ ଝିଅ ଲିପିକା ସାହୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସିବିଆଇ ତଦନ୍ତ ଦାବି କରିଥିବାବେଳେ ସୋମବାର ମମତା ମେହେରଙ୍କ ବାପା ସୁଚନ୍ଦ୍ର ମେହେର ଏବଂ ମାଆ ତୁଳସୀ ମେହେର ମଧ୍ୟ ସମାନ ଦାବି ରଖିଛନ୍ତି। ସେମାନେ କହିଛନ୍ତି ଆମେ ନ୍ୟାୟ ପାଇନୁ, ସିବିଆଇ ତଦନ୍ତ ଚାହୁଁଛୁ। ମୁଖ୍ୟମନ୍ତ୍ରୀ ଡାକିଲେ ଆମେ ଭେଟିବାକୁ ନିଶ୍ଚୟ ଯିବୁ।
ରବିବାର ଗୋବିନ୍ଦଙ୍କ ଝିଅ ଲିପିକା ସାହୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ‘‘ମୋ ପିତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ସାଂଘାତିକ ଅଭିଯୋଗ ଆଣିଥିଲେ। ମମିତା ମେହେରଙ୍କ ହତ୍ୟାକାରୀ ପୁଲିସ ଲଗାଇ ଜେଲ୍ ଭିତରେ ମୋ ପିତାଙ୍କୁ ହତ୍ୟା କରିଛି। ଏହା ପଛରେ ବହୁତ ବଡ଼ ଷଡ଼ଯନ୍ତ୍ର ରହିଛି। ସମ୍ପୂର୍ଣ୍ଣ ଘଟଣାର ସିବିଆଇ ତଦନ୍ତ କରାଯାଉ।’’ ଗଣମାଧ୍ୟମକୁ ଲିପିକା କହିଛନ୍ତି, ମମିତା ମେହେରଙ୍କୁ ମୋ ବାପା ମାରିନାହାନ୍ତି। ମମିତା ମେହେରଙ୍କ ହତ୍ୟାକାରୀ ହିଁ ମୋ ବାପାଙ୍କୁ ମାରିଛି।
ସୂଚନାଯୋଗ୍ୟ, କଳାହାଣ୍ଡି ଜିଲା ମହାଲିଙ୍ଗସ୍ଥିତ ଏକ ଘରୋଇ ସ୍କୁଲରେ କାର୍ଯ୍ୟରତ ଥିବା ବଲାଙ୍ଗୀର ଜିଲା ତୁରେକେଲା ଥାନା ଝରଣୀ ଗାଁର ମମିତା ମେହେର ୨୦୨୧ ଅକ୍ଟୋବର ୮ରୁ ନିଖୋଜ ହୋଇଯାଇଥିଲେ। ପରେ ତଦନ୍ତରୁ ମହାଲିଙ୍ଗଠାରେ ନିର୍ମାଣାଧୀନ ଷ୍ଟାଡିୟମରେ ମମିତାଙ୍କ ମୃତଦେହ ପୋଡ଼ି ପୋତି ଦିଆଯାଇଥିବା ଜଣାପଡ଼ିଥିଲା।
Powered by Froala Editor