୬୯୭ ବୋତଲ କଫ୍ ସିରପ୍ ଜବତ, ମାଆ ଏବଂ ପୁଅ ଗିରଫ

ଭୁବନେଶ୍ବର: ବିସ୍କୁଟ ଦୋକାନରେ ଚାଲିଥିଲା ବେଆଇନ କଫ୍ ସିରପ୍ ବେପାର। ଅନୁଗୁଳ ଗଦାଶିଳ ଗାଁରେ ଥିବା ଏକ ବିସ୍କୁଟ ଦୋକାନରେ ମାଆ-ପୁଅ ବେଆଇନ କଫ୍ ସିରପ୍ ବେପାର ଆରମ୍ଭ କରିଥିଲେ । କୌଣସି ବିଶେଷ ସୂତ୍ରରୁ ଖବର ପାଇ ଅନୁଗୁଳ ଏନ୍ଟିପିସି ପୁଲିସ୍ ଦୋକାନରେ ଚଢାଉ କରି ୬୯୭ ବୋତଲ କଫ୍ ସିରପ୍ ଜବତ କରିବା ସହ ମାଆ ଏବଂ ପୁଅକୁ ଗିରଫ କରିଛି।
କଫ୍ ସିରପ୍ ରଖି ବେପାର କରିବା ପାଇଁ ଏହି ଦୁଇଜଣ ମାଆ ଓ ପୁଅ କୌଣସି ଲାଇସେନ୍ସ କିମ୍ବା ଡକ୍ୟୁମେଣ୍ଟ ଦେଖାଇ ପାରିନଥିଲେ । ଏବଂ ବେଆଇନ ଭାବରେ କଟକ ଖୁଣ୍ଟୁଣୀ ଅଞ୍ଚଳର କାଳିଆ ବିହାରୀ ନାମକ ବ୍ୟକ୍ତିଙ୍କଠାରୁ କଫ୍ ସିରପ୍ ଆଣି ବିକ୍ରି କରୁଥିବା ଉଭୟ ପୋଲିସ ଆଗରେ ସ୍ୱୀକାର କରିଛନ୍ତି ।
Powered by Froala Editor