ଏହି ଦୁଇ ଯୁବ ଭୂବୈଜ୍ଞାନିକଙ୍କୁ ସମ୍ବର୍ଦ୍ଧିତ କଲେ ରାଷ୍ଟ୍ରପତି
ଭୁବନେଶ୍ବର: କେନ୍ଦୁଝର ଜିଲାର ୨ଜଣ ଯୁବ ବୈଜ୍ଞାନିକ ଶ୍ରଦ୍ଧାଞ୍ଜଳି ଶୁଭଦର୍ଶିନୀ ଓ ହରମନ ମହାନ୍ତ ଜାତୀୟ ଭୂବୈଜ୍ଞାନିକ ସମ୍ମାନରେ ନୂଆଦିଲ୍ଲୀ ଠାରେ ରାଷ୍ଟ୍ରପତି ଭବନରେ ସମ୍ବର୍ଦ୍ଧିତ ହୋଇଛନ୍ତି। ଭୂବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ଦ୍ଵାରା ସମ୍ମାନିତ ହୋଇଛନ୍ତି। ଏହି ଉତ୍ସବରେ କେନ୍ଦ୍ରଖଣି ମନ୍ତ୍ରୀ ଜି.କିଶାନ ରେଡ୍ଡୀ ଉପସ୍ଥିତି ଥିଲେ । ଶ୍ରଦ୍ଧାଞ୍ଜଳି ପାଟଣା ବ୍ଲକ ସ୍ୱାମ ଶାସନର ଜଣାଶୁଣା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମଦନ ମୋହନ ଦ୍ୱିବେଦୀ ଓ ଅବସର ପ୍ରାପ୍ତ ଶିକ୍ଷୟତ୍ରୀ କୁମୁଦିନୀ କରଙ୍କ ଝିଅ। ଶ୍ରଦ୍ଧାଞ୍ଜଳି ବର୍ତ୍ତମାନ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ଓଡ଼ିଶାର ଡାଇରେକ୍ଟର ଭାବେ ଭୁବନେଶ୍ୱରଠାରେ କାର୍ଯ୍ୟରତ ଅଛନ୍ତି।
ସେହିପରି ବାରିଆ ଗ୍ରାମର କଳାକର ମହାନ୍ତ ଓ ନର୍ମଦା ମହାନ୍ତଙ୍କ ପୁତ୍ର ହରମନ ମହାନ୍ତ ବର୍ତ୍ତମାନ ସିନିଅର ଜିଓଲୋଜିଷ୍ଟ ଭାବେ ଜି ଏସ ଆଇ ଭୁବନେଶ୍ୱର ଠାରେ କାର୍ଯ୍ୟରତ । ମୟୁରଭଞ୍ଜ ଜିଲ୍ଲାରେ ତମ୍ବା ଆବିଷ୍କାର ନିମନ୍ତେ ହରମନ ଏହି ସମ୍ମାନ ପାଇଛନ୍ତି। କେନ୍ଦୁଝର ଜିଲ୍ଲାର ଗର୍ବ ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ କରିଥିବାରୁ ଏହି ଦୁଇଜଣ ବୈଜ୍ଞାନିକଙ୍କୁ ବିଭିନ୍ନ ମହଲ ରୁ ଶୁଭେଛା ଜଣାଇଛନ୍ତି।
Powered by Froala Editor