ଏହି ସବୁ ରୋଗରୁ ରକ୍ଷା କରେ ସିଝା ଅଣ୍ଡା
ପ୍ରୋଟିନରେ ଭରପୁର ଅଣ୍ଡା ଖାଇବା ଦ୍ବାରା ଏହା ଶରୀରରେ ବିଭିନ୍ନ ରୋଗ ବେମାରୀ ଠାରୁ ରକ୍ଷା କରିବାରେ ସାହାଯ୍ୟ କରେ । ଖାସ କରି ସିଝା ଅଣ୍ଡା ସ୍ବାସ୍ଥ୍ୟ ପାଇଁ ବହୁତ ଉପକାରୀ । ଆସନ୍ତୁ ଜାଣିବା ସେ ବିଷୟରେ ।
- ପ୍ରତିଦିନ ଡାଏଟରେ ସିଝା ଅଣ୍ଡା ସାମିଲ କରିବା ଭଲ । ଏହା ଇମ୍ୟୁନିଟିକୁ ମଜବୁତ କରିବାରେ ସାହାଯ୍ୟ କରେ । ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ, ଭିଟାମିନ, ପ୍ରୋଟିନ ଭଳି ଅନେକ ପୋଷକ ତତ୍ବ ରହିଥାଏ ।
- ସ୍ମରଣ ଶକ୍ତି ବଢାଇବାରେ ସାହାଯ୍ୟ କରେ ସିଝା ଅଣ୍ଡା । ଏଥିପାଇଁ ପ୍ରତିଦିନ ନିଜ ଖାଦ୍ୟ ତାଲିକାରେ ସିଝା ଅଣ୍ଡା ସାମିଲ କରି ପାରିବେ ।
-ହାଡକୁ ଶକ୍ତ କରିବା ପାଇଁ ପ୍ରତିଦିନ ସିଝା ଅଣ୍ଡା ସେବନ କରି ପାରିବେ ।
-ଆଖିକୁ ସୁସ୍ଥ ରଖିବା ସହିତ, କୋଲେଷ୍ଟ୍ରଲ କମ୍ କରିବାରେ ସହାୟକ ହୁଏ ଅଣ୍ଡା ।
-ଓଜନ ହ୍ରାସ କରିବାକୁ ଚାହୁଁଥିଲେ, ଏଥିପାଇଁ ସିଝା ଅଣ୍ଡାର କେଶରକୁ ବାହାର କରି , କେବଳ ଧଳା ଅଂଶ ସେବନ କରି ପାରିବେ ।
Powered by Froala Editor