ଲେହରେ ତୀବ୍ର ହେଲାଣି ଜେନ୍-ଜେଡ୍ ଆନ୍ଦୋଳନ, ବିଜେପି କାର୍ଯ୍ୟାଳୟକୁ ପୋଡିଦେଲେ ବିକ୍ଷୋଭକାରୀ
ନୂଆଦିଲ୍ଲୀ: କେନ୍ଦ୍ରଶାସିତ ଅଞ୍ଚଳ ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ଜୋର ଧରିଛି । ବୁଧବାରଠାରୁ ଲେହରେ ଆରମ୍ଭ ହୋଇଥିବା ଜେନ୍-ଜେଡ୍ ଆନ୍ଦୋଳନ ଆହୁରି ତୀବ୍ର ହୋଇଛି । ବୁଧବାର ଘଟିଥିବା ହିଂସାକାଣ୍ଡରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦ରୁ ଅଧିକ ଆହତ ହୋଇଛନ୍ତି । ହିଂସାକୁ ନିୟନ୍ତ୍ରଣ କରିବା ଲାଗି ପ୍ରଶାସନ ପକ୍ଷରୁ ଲେହରେ ୧୧୬୩ ଧାରା ଲାଗୁ କରାଯାଇଛି । ହିଂସା ସମୟରେ ଲେହରେ ଥିବା ବିଜେପି କାର୍ଯ୍ୟାଳୟକୁ ବିକ୍ଷୋଭକାରୀ ପୋଡି ଦେଇଛନ୍ତି । ରାଜ୍ୟ ମାନ୍ୟତା ଦାବିରେ ସୋନମ ୱାଙ୍ଗଚୁକ୍ ସେପ୍ଟେମ୍ବର ୧୦ତାରିଖରୁ ଅନଶନରେ ବସିଛନ୍ତି । ରାଜ୍ୟ ମାନ୍ୟତା ଦାବିରେ ଆଜି କାର୍ଗିଲ ବନ୍ଦ ଡାକରା ଦିଆଯାଇଛି । କାର୍ଗିଲ୍ ଡେମୋକ୍ରାଟିକ୍ ଆଲାଏନ୍ସର ସଦସ୍ୟ ସଜ୍ଜାଦ ହୁସେନ୍ କାର୍ଗିଲି କହିଛନ୍ତି ଗତକାଲି ଲେହରେ ଯାହା ଘଟିଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ହିଂସା ପାଇଁ କୌଣସି ସ୍ଥାନ ନାହିଁ କିନ୍ତୁ ଗତ ୪ବର୍ଷ ଧରି ଯେଉଁଠାରେ ଲୋକଙ୍କ ପାଖରେ କୌଣସି ଚାକିରି ନାହିଁ, ସେଠାରେ ଲୋକଙ୍କ ମନରେ ଅସନ୍ତୋଷ ଓ ଅସୁରକ୍ଷିତ ଭାବନା ରହିଛି । ଏଠାରେ କୌଣସି ଗଣତନ୍ତ୍ର ନାହିଁ । ଆମେ ଶାସକ ଦଳକୁ ସେମାନଙ୍କର ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରୁଛୁ ।
Powered by Froala Editor