ବନ୍ୟା: ନଦୀରେ ବୁଲୁଛନ୍ତି କୁମ୍ଭୀର
ଟିଟଲାଗଡ : ବନ୍ୟା ପାଣିରେ ବୁଲୁଛି କୁମ୍ଭୀର। ବଲାଙ୍ଗୀର ଜିଲ୍ଲା ଟିଟଲାଗଡ ଉନ୍ଦେର ନଦୀରେ କୁମ୍ଭୀର ବୁଲୁଥିବା ଦେଖିବାକୁ ମିଳିଛି। ସୁଗନାଭଟା ଏବଂ ସିଲୁଆ ଗାଁ ମଝି ନିକଟ ନଦୀକୂଳରେ ଦୁଇଟି କୁମ୍ଭୀର ବୁଲୁଛନ୍ତି। ସକାଳୁ ସକାଳୁ ସ୍ଥାନୀୟ ଲୋକେ ଗାଧୋଇବାକୁ ଯାଉଥିବାବେଳେ କୁମ୍ଭୀର ଦେଖିବାକୁ ପାଇଥିଲେ। ଯାହାକୁ ନେଇ ଗାଁରେ ଆତଙ୍କ ଖେଳିଯାଇଥିବାବେଳେ ନଦୀକୁ କେହି ନ ଯିବାକୁ ବନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।
Powered by Froala Editor