ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୬ମୃତ
ଭୁବନେଶ୍ବର: ଯାତ୍ରୀବାହି ବସକୁ ଟ୍ରକ ଧକ୍କା ଦେବାରୁ ଭୟଙ୍କର ଦୁର୍ଘଟଣା ଘଟିଛି । ଏଥରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି । ୧୨ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ସୁନ୍ଦରଗଡ ଜିଲା କେ.ବଲାଙ୍ଗା ଏନ୍ଏଚ୍ ୫୨୦ ରାସ୍ତାରେ । ରାସ୍ତା ଜାମ୍ ଯୋଗୁ ବସଟି ରଙ୍ଗ ରୁଟ୍ ରେ ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା । ବସରେ ପାଖାପାଖି ୪୦ଜଣ ଯାତ୍ରୀ ଥିବା ନେଇ ସୂଚନା ମିଳିଛି ।
ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ତେବେ ବସଟି ରାଉରକେଲାରୁ ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି ।
Powered by Froala Editor