ବିଜୁ ଜନତା ଦଳରୁ ନିଲମ୍ବନ ହେଲେ ଶ୍ରୀମୟୀ ମିଶ୍ର
ଦଳ ବିରୋଧୀ ବୟାନ ଦେବା ଶ୍ରୀମୟୀ ମିଶ୍ରଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି। ବିଜେଡି ମହିଳା ବ୍ୟାପାର ସାଧାରଣ ସଂପାଦକ ଶ୍ରୀମୟୀ ମିଶ୍ରଙ୍କୁ (ବିଜେଡି) ନିଲମ୍ବନ କରିଛି। ବିଜେଡି ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଏହା କୁହାଯାଇଛି। ବିଜେଡି ଉପସଭାପତି ପ୍ରତାପ ଜେନା ଏହା ସ୍ପଷ୍ଟ କରିଛନ୍ତି।
ପାଣ୍ଡିଆନଙ୍କୁ ଇଙ୍ଗିତ କରି ଶ୍ରୀମୟୀ ଧୃତରାଷ୍ଟ୍ର ଓ ଭକ୍ତ ସନ୍ନ୍ୟାସୀ କହି କଟାକ୍ଷ କରିଥିଲେ । ଯାହାପରେ ଦଳ ପକ୍ଷରୁ ଶ୍ରୀମୟୀଙ୍କ ଉପରେ ବଡ଼ ଆକ୍ସନ ନେଇଛି ଦଳ । ବିଜେଡି ଦଳ ମହିଳା ଶାଖାର ସାଧାରଣ ସମ୍ପାଦିକା ଥିଲେ ଶ୍ରୀମୟୀ । ଶ୍ରୀମୟୀ ମିଶ୍ରଙ୍କ ସମେତ ମୟୂରଭଂଜ ଜିଲ୍ଲା କପ୍ତିପଦା ବ୍ଲକ ସଭାପତି ସୁବାଷ ଚନ୍ଦ୍ର ସାୟ ଓ ମୟୂରଭଂଜର ପୂର୍ବତନ ଜିଲ୍ଲା ସଂପାଦକ ପ୍ରବୀର ଚନ୍ଦ ସାଇଙ୍କୁ ନିଲମ୍ବନ କରିଛି।
ସୂଚନାଯୋଗ୍ୟ, ଶ୍ରୀମୟୀ ମିଶ୍ର ଗୋଟିଏ ପରେ ଗୋଟିଏ ସୋସିଆଲ ମିଡ଼ିଆ ପୋଷ୍ଟ କରି ରାଜନୀତି ମହଲରେ ବିସ୍ଫୋରଣ କରିବାରେ ଲାଗିପଡ଼ିଥିଲେ। କିଛିଦିନ ତଳେ ଧୃତରାଷ୍ଟ୍ର ଓ ସନ୍ୟାସୀ ଉପାଖ୍ୟାନକୁ ନେଇ ଲେଖିଥିବା ଶ୍ରୀମୟୀ ଗତ ୨୦ ତାରିଖ ଦିନ ନାରୀଙ୍କୁ ସମ୍ମାନ ଓ ସହିବାର ସୀମା ବାବଦରେ ଉଲ୍ଲେଖ କରିଥିଲେ।
ଏ ନେଇ ଶ୍ରୀମୟୀଙ୍କ ପ୍ରତିକ୍ରିୟା ଆସିନାହିଁ । ପୂର୍ବରୁ ଦଳ ବିରୋଧରେ କିମ୍ବା ପାଣ୍ଡିଆନଙ୍କ ବିରୋଧରେ ଯେଉଁ ନେତା ମୁହଁ ଖୋଲି ଛନ୍ତି ସେମାନଙ୍କୁ ଦଳରୁ ନିଲମ୍ବନ କରାଯାଇଛି ।
Powered by Froala Editor