ପଞ୍ଚମ ଦିନରେ ବି ଚାଲିପାରିଲାନି ଗୃହ, ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା
ଭୁବନେଶ୍ଵର : ବିଧାନସଭା ମୌସୁମୀ ଅଧିବେଶନର ପଞ୍ଚମ ଦିନ। ଆଜି ବି ପ୍ରଶ୍ନକାଳ ଆରମ୍ଭ ରୁ ବିରୋଧୀଙ୍କ ପ୍ରବଳ ହୋହାଲ୍ଲା ଏବଂ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ବିଜେଡି ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ୍ ତଳକୁ ଆସି ହୋହାଲ୍ଲା ଏବଂ ନାରାବାଜି କରିଥିଲେ। ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ଅଭିଯୋଗରେ ପ୍ରତିବାଦ କରାଯାଇଥିଲା। ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ସତ୍ବେ ବିରୋଧୀମାନେ ଗୃହ କାର୍ଯ୍ୟ ଚାଲିବାକୁ ଦେଇନଥିଲେ। ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।
Powered by Froala Editor