୨୫ ଲକ୍ଷ ମହିଳାଙ୍କୁ ମାଗଣା ଏଲପିଜି ସଂଯୋଗ
କେନ୍ଦ୍ର ସରକାର ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ୨୫ ଲକ୍ଷ ମହିଳାଙ୍କୁ ମାଗଣା ଏଲପିଜି ସଂଯୋଗ ପ୍ରଦାନ କରାଯିବ। ଏ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରି ସୂଚନା ଦେଇଛନ୍ତି। ମହିଳା ସଶକ୍ତିକରଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ସରକାର ୨୦୨୫-୨୬ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (PMUY) ଅଧୀନରେ ୨୫ ଲକ୍ଷ ନୂତନ ଏଲପିଜି ସଂଯୋଗ ପ୍ରଦାନ କରିବାକୁ ଅନୁମୋଦନ କରିଛନ୍ତି।
ସେ କହିଛନ୍ତି ଯେ ଏହି ନୂତନ ୨୫ ଲକ୍ଷ ସଂଯୋଗ ସହିତ, ସାରା ଦେଶରେ ଉଜ୍ଜ୍ୱଳା ପରିବାର ସଦସ୍ୟଙ୍କ ସଂଖ୍ୟା ୧୦.୬୦ କୋଟିକୁ ବୃଦ୍ଧି ପାଇବ। ତାଙ୍କର ଏହି ଟ୍ବିଟକୁ ରିଟ୍ବିଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଲେଖିଛନ୍ତି, "ନବରାତ୍ରିର ପବିତ୍ର ଅବସରରେ, ମୁଁ ଉଜ୍ଜ୍ୱଳା ପରିବାର ସହିତ ଜଡିତ ସମସ୍ତ ମା' ଏବଂ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି।
ଏହା ମା’ ଏବଂ ଭଉଣୀମାନଙ୍କୁ ସମ୍ମାନ ଏବଂ ସଶକ୍ତ କରିବା ପାଇଁ ଆମର ସଂକଳ୍ପକୁ ଆହୁରି ଦୃଢ଼ କରେ।” ଏହି ପଦକ୍ଷେପ କେବଳ ଏହି ପବିତ୍ର ଅବସରରେ ସେମାନଙ୍କୁ ଆନନ୍ଦ ଦେବ ନାହିଁ ବରଂ ମହିଳା ସଶକ୍ତିକରଣ ପ୍ରତି ଆମର ସଂକଳ୍ପକୁ ମଧ୍ୟ ମଜବୁତ କରିବ," ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି।
Powered by Froala Editor