ଏହା ଏକ ବୈପ୍ଳବିକ ପଦକ୍ଷେପ: ମନମୋହନ
ଭୁବନେଶ୍ବର : ଆଜିଠୁ ଦେଶରେ ନୂଆ ଜିଏସ୍ଟି ସଂସ୍କାର ଆରମ୍ଭ ହୋଇଛି। ନବରାତ୍ରିର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ପୂଜା ଭେଟି ଦେଇଛନ୍ତି। ଏଣିକି କେବଳ ୫ ପ୍ରତିଶତ ଏବଂ ୧୮ ପ୍ରତିଶତ ଟିକସ ବ୍ୟବସ୍ଥା ରହିଛି। ୧୨ ପ୍ରତିଶତ ଓ ୨୮ ପ୍ରତିଶତ ଜିଏସ୍ଟି ସ୍ଲାବ୍ ସମ୍ପୂର୍ଣ୍ଣ ଉଚ୍ଛେଦ ହୋଇଛି। ଏପରିକି ଅଧିକାଂଶ ସାମଗ୍ରୀ ଶସ୍ତା ହୋଇଥିବାବେଳେ ୩୩ ଜୀବନ ରକ୍ଷାକାରୀ ଔଷଧରେ କିଛି ଟିକସ ଦେବାକୁ ପଡିବନାହିଁ। ସେପଟେ ନୂଆ ଜିଏସ୍ଟିକୁ ନେଇ ରାଜ୍ୟ ବିଜେପି ସଭାପତି ଏକ ପ୍ରେସମିଟ୍ କରିଛନ୍ତି। ସେ କହିଛନ୍ତି ନୂଆ ଜିଏସ୍ଟି ଦ୍ଵାରା ଯୁବକ, ଗରିବ, ମହିଳା ଓ ଚାଷୀ ସମସ୍ତେ ଉପକୃତ ହେବେ। ଏହା ଏକ ବୈପ୍ଳବିକ ପଦକ୍ଷେପ। ଏହା କେବଳ ପୂଜା ଭେଟି ନୁହେଁ , ଆତ୍ମବିଶ୍ଵାସର ଦିନ ବୋଲି କହିଛନ୍ତି ମନମୋହନ ସାମଲ ।
Powered by Froala Editor