ଅଗ୍ନିକାଣ୍ଡରେ ଜଳିଗଲା ଏଲ୍ଆଇସି ଅଫିସ
ଭୁବନେଶ୍ବର: ବ୍ରହ୍ମପୁର ଖୋଡାସିଂ ସ୍ଥିତ ଏଲଆଇସି ଅଫିସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଯୋଗୁଁ ଏଠାରେ ଥିବା ୩୦ରୁ ୪୦ଟି କମ୍ପ୍ୟୁଟର ଜଳି ଯାଇଥିବା ମାର୍କେଟିଂ ମ୍ୟାନେଜର ଏ.କେ ପାଟଯୋଶୀ ସୂଚନା ଦେଇଛନ୍ତି । ଏହାସହିତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜଳି ପାଉଁଶ ହୋଇଯାଇଛି । ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି ।
Powered by Froala Editor