ଧବଳମୁଖୀ ରୂପରେ ଭକ୍ତଙ୍କୁ ଦର୍ଶନ ଦେଲେ ମା ସମଲେଶ୍ୱରୀ
ସମ୍ବଲପୁର: ପବିତ୍ର ମହାଳୟା ତିଥିରେ ଆଜି ମା ସମଲେଶ୍ୱରୀ ଧବଳମୁଖୀ ରୂପରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି । ଧାର୍ମିକ ମାନ୍ୟତା ଅନୁଯାୟୀ ମାଙ୍କର ଧବଳମୁଖୀ ଦର୍ଶନ ଦ୍ୱାରା ଗଙ୍ଗା ଦର୍ଶନର ପୂଣ୍ୟ ମିଳିଥାଏ । ଏଥିପାଇଁ ଶନିବାର ରାତ୍ରିରୁ ସମସ୍ତ ମନ୍ଦିର ମାନଙ୍କରେ ପ୍ରାକ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା । ମନ୍ଦିର ପରିସର ଗୁଡିକ ସଫେଇ କରାଯାଇ ରବିବାର ପ୍ରାତଃ କାଳରୁ ମହାନଦୀରୁ ପିତ୍ତଳ ପାତ୍ରରେ ଜଳ ଅଣାଯାଇ ମାଁ ସମଲେଶ୍ୱରୀଙ୍କୁ ସ୍ନାନ କରାଯାଇଥିଲା । ଏହାପରେ ଧଳା ଚନ୍ଦନର ପ୍ରଲେପ ଦିଆଯାଇ ମାଁଙ୍କୁ ସିନ୍ଦୁରମୁଖୀରୁ ଧବଳମୁଖୀ କରାଯାଇଥିଲା । ଏହାପରେ ଅଳଙ୍କାର ଓ ଶ୍ୱେତ ବସ୍ତ୍ର ଧାରଣ କରାଯାଇ ଧୂପ, ଦୀପ, ନୈବେଦ୍ୟ ପ୍ରଦାନ କରାଯାଇ ପାରମ୍ପରିକ ରିତିନୀତିରେ ପୂଜାର୍ଚ୍ଚନା କରାଯାଇଥିଲା । ମନ୍ଦିର ମୁଖ୍ୟ ପୂଜକ ଅମ୍ବିକା ରାୟଙ୍କ ନେତୃତ୍ୱରେ ପୂଜାରୀ ମାନେ ଶ୍ୱେତ ବସ୍ତ୍ର ଧାରଣ କରି ପୂଜାର୍ଚ୍ଚନା ଓ ସମସ୍ତ ନିତିବିଧି ଗୁଡିକୁ ସମ୍ପନ୍ନ କରିଥିଲେ।।
Powered by Froala Editor