ନୂଆପଡ଼ା ଉପନିର୍ବାଚନରେ ଏଥର ଫୁଟିବ ପଦ୍ମ : ମନମୋହନ
ଭୁବନେଶ୍ଵର : ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ସମ୍ବଲପୁରରେ ପହଞ୍ଚି ମା’ ସମଲେଇଙ୍କ ଧବଳମୁଖୀ ବେଶ ଦର୍ଶନ କରିଛନ୍ତି। ଏହି ସମୟରେ ମନମୋହନ ନୂଆପଡ଼ା ଉପନିର୍ବାଚନକୁ ନେଇ ଏକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ନୂଆପଡ଼ା ଉପନିର୍ବାଚନରେ ଏଥର ପଦ୍ମ ଫୁଟିବ। ଏପରିକି ଗତ କିଛି ଦିନ ଧରି ଲାଗିରହିଥିବା ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚାରେ ବିରାମ ଲଗାଇଛନ୍ତି। ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବାର ସମ୍ଭାବନା ନାହିଁ ବୋଲି ମନମୋହନ ସୂଚନା ଦେଇଛନ୍ତି।
Powered by Froala Editor