ବୃଦ୍ଧାଙ୍କ ଘରୁ ଲୁଟିନେଲେ ଦୁର୍ବୃତ୍ତ
ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ କମଳାପୁର ଗ୍ରାମର ଜଣେ ବୃଦ୍ଧାଙ୍କ ଘରୁ କେହି ନଥିବା ସମୟରେ ଘରର ତାଲା ଭାଙ୍ଗି ଆଲମାରୀରେ ଥିବା ଟଙ୍କା ଓ ସୁନା ଦୁର୍ବୃତ୍ତ ମାନେ ନେଇ ଯାଇଥିବା ଥାନାରେ ଅଭିଯୋଗ ହୋଇଛି । ସୂଚନା ପ୍ରକାରେ କମଳାପୁର ଗ୍ରାମର ଟି.ଭାରତୀ ଚଳିତ ମାସ ୬ ତାରିଖରେ କୌଣସି କାମରେ ବାହାରକୁ ଯାଇଥିଲେ । ଘରର ଗ୍ରିଲ ଭଙ୍ଗା ଯାଇଥିବା ତାଙ୍କ ପୁତୁରା ଜାଣିବାକୁ ପାଇଥିଲେ । ପରେ ଭିତରକୁ ଯାଇ ଦେଖିବା ପରେ ଦୁର୍ବୃତ୍ତ ମାନେ ଘରେ ଭିତରେ ଥିବା ଆଲମାରୀ ଭାଙ୍ଗି ସେଥିରେ ଥିବା ଦେଢ ତୁଳା ସୁନା ଓ ୨ ଲକ୍ଷ ୫୦ ହଜାର ଟଙ୍କା ଲୁଟିନେଇ ଥିବା ଜଣାପଡିଥିଲା। ଏନେଇ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
Powered by Froala Editor