ଦୀପକ ରାଉତ ପାଇଁ ବଢିଲା ଅଡୁଆ: ଅପର୍ଣ୍ଣା ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ଦାବି କଲେ ଭଉଣୀ ରୋଜାଲିନ୍
ଭୁବନେଶ୍ଵର : ଶୁଭମିତ୍ରା ହତ୍ୟା ଅଭିଯୁକ୍ତ ଦୀପକ ରାଉତ ପାଇଁ ଅଡୁଆ ବଢିଛି। ଆଜି ଖୁଣ୍ଟୁଣି ଥାନାର ଦ୍ଵାରସ୍ଥ ହୋଇଛନ୍ତି ଦୀପକ ରାଉତଙ୍କ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କ ଭଉଣୀ ରୋଜାଲିନ୍ ରାଉତ। ୨୦୨୨ ମସିହା ମାର୍ଚ୍ଚ ୧୭ ତାରିଖରେ ସନ୍ଦେହଜନକ ଭାବେ ଅପର୍ଣ୍ଣାଙ୍କର ମୃତ୍ୟୁ ହୋଇଥିଲା। ରାଧାକିଶୋରପୁରରେ ଦୁର୍ଘଟଣାରେ ମୃତ୍ୟୁ ଦୀପକ ଦର୍ଶାଇଥିଲେ। ସେତେବେଳେ ଏ ନେଇ ଦୀପକ ଥାନାରେ ଏତଲା ଦେଇଥିଲେ। ୩ ବର୍ଷ ତଳର ଅପର୍ଣ୍ଣା ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ଭଉଣୀ ରୋଜାଲିନ୍ ଦାବି କରିଛନ୍ତି।
ସେପଟେ ପ୍ରଥମ ସ୍ତ୍ରୀଙ୍କର ମୃତ୍ୟୁ ଘଟଣା ଓ ଶୁଭମିତ୍ରା ମର୍ଡର କେସ ଏବେ ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ। କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତ ହେବାକୁ ଥିବାବେଳେ କ୍ରାଇମବ୍ରାଞ୍ଚ କମିଶନରେଟ୍ ପୁଲିସକୁ ତଦନ୍ତରେ ସାହାଯ୍ଯ କରିବା ନେଇ ସୂଚନା ମିଳିଛି।
ଅନ୍ୟପଟେ ଦୀପକ ପୁଲିସ୍ ଆଗରେ ଶୁଭମିତ୍ରାଙ୍କ ହତ୍ୟା ଘଟଣାର ପୁରା ସତ କହିଛି। ସେପ୍ଟେମ୍ବର ୬ ତାରିଖରେ ଭୁବନେଶ୍ୱରରେ ହତ୍ୟା କରିଥିଲା । ଆଉ ହତ୍ୟା ପରେ ମୃତଦେହକୁ କାର ଭିତରେ ରଖି ଡ୍ୟୁଟି କରିଥିଲା। ଆଉ ସେଦିନ ହତ୍ୟା ପରେ ଘଟଗାଁର ଏକ ଜଙ୍ଗଲକୁ ନେଇ ପୋତି ଦେଇଥିଲା।
Powered by Froala Editor