ଶିକ୍ଷକ ଶିକ୍ଷୟିତ୍ରୀ ବଦଳି ଓ ନିଯୁକ୍ତି ନେଇ ନୀତି ପ୍ରସ୍ତୁତ, ନିୟମାବଳୀ ବିଷୟରେ ଜାଣନ୍ତୁ.....
ଭୁବନେଶ୍ୱର : ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବଦଳି ଓ ନିଯୁକ୍ତି ନେଇ ନୀତି ପ୍ରସ୍ତୁତ କରାଯାଇଛି । ନିଜ ଜିଲାରେ ନିଯୁକ୍ତି ହେବେନି, ଯଦି ନିଜ ଜିଲାରେ ନିଯୁକ୍ତି ହେଲା ତେବେ ନିଜ ବ୍ଲକ୍ରେ ରହି ପାରିବେନି । ଅତିକମ୍ରେ ୩ ବର୍ଷ ରହିବା ପରେ ବଦଳି ହେବାକୁ ଯୋଗ୍ୟତା ଅର୍ଜନ କରିବେ । ଗୋଟିଏ ସ୍ଥାନରେ ୬ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ । ଅବିଭକ୍ତ କେବିକେ, ଗଜପତି, କନ୍ଧମାଳ, ବୌଦ୍ଧରେ ୫ ବର୍ଷ ପୂରଣ କଲେ ବଦଳି ସମ୍ଭବ ହୋଇପାରିବ । ଦମ୍ପତି ସରକାରୀ କର୍ମଚାରୀ ହୋଇଥିଲେ ନିକଟ ଅଞ୍ଚଳରେ ନିଯୁକ୍ତି ମିଳିବ । ଅବସରକୁ ୨ ବର୍ଷ ଥିଲେ ଯେଉଁଠି ଅଛନ୍ତି ସେଠାରେ କିମ୍ବା ନିଜ ଜିଲାକୁ ବଦଳି ହେବ ।
Powered by Froala Editor