ଗଣବଳାତ୍କାରର ଶିକାର ହେଲେ ନାବାଳିକା
ଭୁବନେଶ୍ବର : ବଣାଇ କେ ବଲାଙ୍ଗ ଅଞ୍ଚଳରୁ ବରସୁଆଁକୁ ବିଶ୍ଵକର୍ମା ପୂଜା ଦେଖିବାକୁ ଯାଇ ଫେରୁଥିବାବେଳେ ଗଣବଳାତ୍କାରର ଶିକାର ହୋଇଛନ୍ତି ଜଣେ ନାବାଳିକା। ସୂଚନା ଅନୁଯାୟୀ ଗୁରୁବାର କେ.ବଲାଙ୍ଗ ଗାଁର ଜଣେ ନାବାଳିକା ନିଜ ସାଙ୍ଗ ମାନଙ୍କ ସହ ମିଶି ବିଶ୍ଵକର୍ମା ପୂଜା ଦେଖିବାକୁ ବରସୁଆଁକୁ ଯାଇଥିଲେ। ତେବେ ପୂଜା ଦେଖି ଫେରିବା ସମୟରେ ଦୁଇ ଜଣ ଯୁବକ ନାବାଳିକାଙ୍କ ସାଙ୍ଗ ମାନଙ୍କୁ ଭୟଭୀତ କରାଇ ନାବାଳିକାକୁ ଜଙ୍ଗଲକୁ ଟେକି ନେଇଥିଲେ। ଏବଂ ସେଠାରେ ଗଣ ବଳାତ୍କାର କରିଥିବା ଅଭିଯୋଗ ହୋଇଛି।
ଗ୍ରାମବାସୀ ଏବଂ ପରିବାର ଲୋକେ ଖବର ପାଇ ବହୁ ଖୋଜାଖୋଜି କରି ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ପରେ ଏନେଇ ନାବାଳିକା ଜଣକ କେ ବଲାଙ୍ଗ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣାରେ ଏକ ମାମଲା ରୁଜ୍ଜୁ କରି ଦୁଇ ଯୁବକଙ୍କୁ ଗିରଫ କରିଛି।
Powered by Froala Editor