କାଶୀପୁର ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢାଉ
ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲା କାଶୀପୁର ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁ। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଜୟପୁର ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍ ଆଜି ଭୋରରୁ ଚଢାଉ କରିଛି। କାଶୀପୁର ରେଞ୍ଜ ଅଫିସ, ବାସଭବନ ସମେତ ରାଜ୍ୟର ୯ଟି ସ୍ଥାନରେ ଚଢାଉ ଚାଲିଥିବା ଜଣାପଡିଛି। ଜୟପୁର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସର ୭ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର, ୯ ଜଣ ଏଏସ୍ଆଇ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ନେତୃତ୍ୱରେ କନ୍ଧମାଳ, ଗଞ୍ଜାମ, ନୟାଗଡ଼ ଏବଂ ରାୟଗଡ଼ା ଜିଲର ୯ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି। ଜୟପୁର ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍ ସହ ରାୟଗଡ଼ା ଭିଜିଲାନ୍ସ ଟିମ୍ ସହାୟତାରେ ଏହି ଚଢାଉ ଜାରି ରହିଛି।
Powered by Froala Editor