ଜିଏସଟି ୨.୦ ସଂସ୍କାର, ଲିଟର ପିଛା ୨ଟଙ୍କା ଶସ୍ତା ହେଲା କ୍ଷୀର
ଲିଟର ପିଛା ୨ଟଙ୍କା ଶସ୍ତା ହେଲା କ୍ଷୀର। ଜିଏସଟି ୨.୦ ସଂସ୍କାର ପରେ ମଦର ଡେରୀ ତା’ର ଦୁଗ୍ଧ ଓ ଖାଦ୍ୟ ଉତ୍ପାଦର ମୂଲ୍ୟ ହ୍ରାସ କରିଛି। ଏହି ନୂଆ ମୂଲ୍ୟ ୨୨ ସେପ୍ଟେମ୍ବରରୁ ଲାଗୁ ହେବ। ସରକାରଙ୍କ ଜିଏସଟି ହ୍ରାସ ଓ ଅତ୍ୟାବଶ୍ୟକ ଜିନିଷ ଉପରୁ ଟିକସ ଉଠାଇବା ନିଷ୍ପତ୍ତି ପରେ ମଦର ଡେରୀର ସମସ୍ତ ଉତ୍ପାଦ ଏବେ ଶୂନ୍ୟ କିମ୍ବା ୫% ଟିକସ ବର୍ଗରେ ଅଛି।
ମଙ୍ଗଳବାର ଦିନ ମଦର ଡେୟରୀ ଏହାର UHT କ୍ଷୀର (ଟେଟ୍ରା ପ୍ୟାକ୍) ମୂଲ୍ୟରେ ୨ଟଙ୍କା ହ୍ରାସ ଘୋଷଣା କରିଛି। ପନୀର, ମାଖନ, ଚିଜ, ଘିଅ, ମିଲ୍କସେକ ଓ ଆଇସକ୍ରିମର ମୂଲ୍ୟ ହ୍ରାସ ପାଇଛି। ଉଦାହରଣ ସ୍ୱରୂପ, ୫୦୦ ଗ୍ରାମ ମାଖନର ମୂଲ୍ୟ ୩୦୫ ଟଙ୍କାରୁ ୨୮୫ ଟଙ୍କାକୁ ଓ ବଟରସ୍କଚ କୋନ ଆଇସକ୍ରିମ ୩୫ ଟଙ୍କାରୁ ୩୦ ଟଙ୍କାକୁ ହ୍ରାସ ପାଇଛି। ତେବେ, ନିୟମିତ ପାଉଚ କ୍ଷୀର ମୂଲ୍ୟ ଅପରିବର୍ତ୍ତିତ ରହିବ, କାରଣ ଏହା ପୂର୍ବରୁ ଜିଏସଟି ମୁକ୍ତ।
ଇକୋନୋମିକ୍ ଟାଇମ୍ସ ରିପୋର୍ଟ ଅନୁଯାୟୀ, ମଦର ମଦର ଡେୟରୀର ପରିଚାଳନା ନିର୍ଦ୍ଦେଶକ ମନୀଷ ବନ୍ଦଲିଶ୍ କହିଛନ୍ତି ଯେ ବିଭିନ୍ନ ପ୍ରକାରର କ୍ଷୀର ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ଉପରେ GST ହ୍ରାସ ଏକ ପ୍ରଗତିଶୀଳ ପଦକ୍ଷେପ। ଏହା ବ୍ୟବହାର ବୃଦ୍ଧି କରିବ ଏବଂ ସୁରକ୍ଷିତ, ଉଚ୍ଚ-ଗୁଣବତ୍ତା ପ୍ୟାକେଜ୍ ହୋଇଥିବା ଉତ୍ପାଦ ଗ୍ରହଣକୁ ତ୍ୱରାନ୍ୱିତ କରିବ। ଅନ୍ୟ ଏଫଏମସିଜି କମ୍ପାନୀମାନେ ମଦର ଡେୟାରୀର ପଦାଙ୍କ ଅନୁସରଣ କରିବେ କି ନାହିଁ, ତାହା ଦେଖିବାକୁ ବାକି ରହିଛି।
Powered by Froala Editor