ଡେରାଡୁନ୍ରେ ପ୍ରବଳ ବର୍ଷା, ୧୦ ମୃତ୍ୟୁ
ଡେରାଡୁନ୍: ଡେରାଡୁନ୍ରେ ବିଳମ୍ବିତ ରାତିରେ ବାଦଲ ଫଟା ବର୍ଷା ପରେ ପ୍ରକୃତିର ତାଣ୍ଡବ ଦେଖାଯାଇଛି । ଏଥିରେ କିଛି ଲୋକଙ୍କ ମୃତ୍ୟୁ ହେବା ସହ କିଛି ଲୋକେ ଭାସି ଯାଇଥିବା ନେଇ ମଧ୍ୟ ସୂଚନା ମିଳିଛି । ଡେରାଡୁନ୍ରେ ପ୍ରବଳ ବର୍ଷା ପରେ ପ୍ରାୟ ୧୦ ଜଣଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପାଣିପାଗ ବିଭାଗ ଡେରାଡୁନ୍ ସମେତ ଚମୋଲୀ, ଚମ୍ପାବତ, ଉଧମସିଂହ ନଗର, ବାଗେଶ୍ୱର ଓ ନୈନୀତାଲ ଜିଲାର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୧ ସେପ୍ଟେମ୍ବର ପର୍ଯ୍ୟନ୍ତ ସମସ୍ତ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସହ କଥା ହୋଇ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ଉପୁଜିଥିବା ପରିସ୍ଥିତି ବିଷୟରେ ପଚାରି ବୁଝିଛନ୍ତି।
Powered by Froala Editor