ଆତ୍ମସମର୍ପଣ କଲେ ମାଓନେତ୍ରୀ
ଭୁବନେଶ୍ବର: ମାଲକାନଗିରି ସୀମାନ୍ତ ଛତିଶଗଡ ଗରିଆବନ୍ଦ ପୁଲିସ ନିକଟରେ ମାଓନେତ୍ରୀଙ୍କ ଆତ୍ମସମର୍ପଣ । ଆତ୍ମସମର୍ପଣ କରିଥିବା ମାଓନେତ୍ରୀ ହେଲେ ଜାନସୀ ଓରଫ ଭାଚେଲା ମାତାମି । ତାଙ୍କ ମୁଣ୍ଡରେ ୮ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା । ମୃତ ମାଓନେତା ସତ୍ୟମ ଗାୱାଡେଙ୍କ ପତ୍ନୀ ହୋଇଥିବା ବେଳେ ସେ ମହାରାଷ୍ଟ୍ର ବାସିନ୍ଦା ବୋଲି ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ ୨୦୦୫ ମସିହାରୁ ନକ୍ସଲ ସଂଗଠନ ସହିତ ଜଡିତ ରହି ବିଭିନ୍ନ ସ୍ତରରେ ଦାୟିତ୍ୱ ତୁଲାଇଛନ୍ତି ।
Powered by Froala Editor