ପୁଣି ଭି.କେ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ଶ୍ରୀମୟୀ, ଲେଖିଲେ କିଛି ଏମିତି....
ଭୁବନେଶ୍ୱର: ପୁଣି ଭି.କେ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ଶ୍ରୀମୟୀ ମିଶ୍ର । ଯେଉଁଥିରେ ସେ ପରୋକ୍ଷରେ ପାଣ୍ଡିଆନଙ୍କ ଆଡକୁ ନିଶାନା କରିଛନ୍ତି । ସନ୍ନ୍ୟାସ ଏବଂ ସନ୍ନ୍ୟାସୀ ଉପରେ ଆଧାରିତ ଏକ ୱେବ ସିରିଜ୍ ଦେଖିବା ପରେ ଶ୍ରୀମୟୀ ଲେଖିଛନ୍ତି ଯେ ଆଜିର ଯୁଗରେ ସନ୍ନ୍ୟାସୀଙ୍କ ପରିଭାଷା ଅଲଗା । ସଂସାରର ସମସ୍ତ ସୁଖ ସମ୍ଭୋଗଠୁ ଦୂରେଇ ରହିଥିବା ବ୍ୟକ୍ତିକୁ ହିଁ ସନ୍ନ୍ୟାସୀ ରୂପେ ଗ୍ରହଣ କରେ । କିନ୍ତୁ ଏଥିରେ ବ୍ୟତିକ୍ରମ ହେଲେ ସମାଜ ତାକୁ ଭଣ୍ଡ ଆଖ୍ୟା ଦେବାକୁ ପଛାଏ ନାହିଁ । ଯେଉଁମାନେ ସନ୍ନ୍ୟାସ କହି ସବୁ ସୁଖ ସ୍ୱାଚ୍ଛଦ ପ୍ରତି ଲାଳାୟିତ ରହୁଛନ୍ତି ଓ ଭଣ୍ଡ ସନ୍ନ୍ୟାସ ଆଖ୍ୟାରେ ପରିଚୟ ପାଇ ଶିରୋନାମା ମଣ୍ଡନ କରୁଛନ୍ତି । ଏ ଯୁଗର କିଛି ସନ୍ନ୍ୟାସୀଙ୍କ ଭାଷାରେ ଜଗତ ପଛେ ନର୍କେ ପଡିଥାଉ, ମୋ ଜୀବନ ଉଦ୍ଧାର ହେଉ’ ବୋଲି ସେ ଲେଖିଛନ୍ତି ।
Powered by Froala Editor