୧୯ରୁ ଆରମ୍ଭ ହେବ ହବିଷିଆଳି ପଞ୍ଜୀକରଣ ପକ୍ରିୟା
ରାଜ୍ୟର ପ୍ରାୟ ୨,୫୦୦ ଶ୍ରଦ୍ଧାଳୁଙ୍କୁ ଶ୍ରୀକ୍ଷେତ୍ରରେ ମାଗଣା କାର୍ତ୍ତିକ ବ୍ରତ ପାଳନର ସୁବିଧା ଯୋଗାଇ ଦେବେ ସରକାର। ଏଥିପାଇଁ ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ ହବିଷିଆଳି ପଞ୍ଜୀକରଣ ପକ୍ରିୟା । https/edistrict.odisha.gov.in ଅନଲାଇନ୍ ଲିଙ୍କ ରେ ଆବେଦନ କରିପାରିବେ। ୧୯ ତାରିଖ ପୂର୍ବାହ୍ନ ୧୦ଟା ଠାରୁ ଆବେଦନ ଆରମ୍ଭ ହେବ ।
ଗତଥର ଭଳି ଚଳିତବର୍ଷ ମଧ୍ୟ ବୃନ୍ଦାବତୀ ଭବନ ସହ ଆଉ 3ଟି କୋଠାରେ ରହିବେ ହବିଷ୍ୟାଳୀ । ଆସନ୍ତା ୧୯ତାରିଖ ପୂର୍ବାହ୍ନ ୧୦ ଠାରୁ ଧାର୍ଯ୍ୟ ଲକ୍ଷ ପୂରଣ ହେବା ପର୍ଯ୍ୟନ୍ତ ଅନଲାଇନରେ ନିଜର ନାଁ ପଞ୍ଜିକରଣ କରିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଏନେଇ ବିଜ୍ଞପ୍ତି ଜାରି ହୋଇଛି । ଅକ୍ଟୋବର ୭ରୁ ଆରମ୍ଭ ହେବ କାର୍ତ୍ତୀକ ବ୍ରତ । ତେବେ ଏଥର ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଅନଲାଇନ ମାଧ୍ୟମରେ କରାଯିବ । କେଉଁଠି ରହିବେ ଓ ଆଇଡି କାର୍ଡ ଆଦିର ସମସ୍ତ ତଥ୍ୟ ଅନଲାଇନ ମାଧ୍ୟମରେ ହେବାକୁ ଯୋଜନା କରିଛନ୍ତି ପୁରୀ ଜିଲାପାଳ ।
୭୦ ବର୍ଷ ବୟସ ପର୍ଯ୍ୟନ୍ତ ବିଧବା ମହିଳା ଓ ୫୦ ରୁ ୭୦ ବର୍ଷ ପର୍ଯ୍ୟନ୍ତ ବିବାହିତ ମହିଳାମାନେ ଆବେଦନ କରିପାରିବେ । ଶାରୀରିକ ମାନସିକ ଭାବରେ ସୁସ୍ଥ ଥିବା ସହ ନୂଆ ଆବେଦନକାରୀ ହୋଇଥିଲେ ଦିଆଯିବ ପ୍ରାଧାନ୍ୟ । କେବଳ ଅନଲାଇନରେ ପଞ୍ଜିକୃତ ହୋଇଥିବା ମା ମାନେ ହିଁ ହାବିଷ୍ୟାଳି ଶିବିରରେ ଅନୁମତି ପାଇବେ । ପ୍ରତିବର୍ଷ ଭଳି ରହଣି, ଜଗନ୍ନାଥ ଦର୍ଶନ, ପ୍ରସାଦ ସେବନ ବ୍ୟବସ୍ଥା କରିବେ ସରକାର। ଏକମାସ ଧରି ସେମାନଙ୍କୁ ନିଶୁଳ୍କ ମହାପ୍ରସାଦ ଯୋଗାଇ ଦିଆଯିବ।
ତେବେ ମନୋନୟନ ପୂର୍ବରୁ ଏକ ଡାକ୍ତରୀ ଦଳ ଆବେଦନକାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବେ। ମନୋନୀତ ହବିଷ୍ୟାଳିଙ୍କୁ ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ପୁରୁଣା ମହିଳା କଲେଜ କୋଠା, ବାଗେଡ଼ିଆ ଧର୍ମଶାଳା ଓ ପୌର କଲ୍ୟାଣ ମଣ୍ଡପରେ ଆବାସ ଯୋଗାଇ ଦିଆଯିବ। ସ୍ବତନ୍ତ୍ର ଗାଡ଼ିରେ ନେଇ ଜଗନ୍ନାଥ ଦର୍ଶନ ବ୍ୟବସ୍ଥା କରାଯିବ।
Powered by Froala Editor