ମମତା ବାନାର୍ଜୀଙ୍କ ଘରେ CID ଟିମ୍
ବଢିଲା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଡୁଆ। ମଙ୍ଗଳବାର କୋଲକାତାସ୍ଥିତ ତାଙ୍କ କାଳୀଘାଟ କାର୍ଯ୍ୟାଳୟ (ଅଫିସ)ରେ ସିଆଇଡି (CID) ଟିମ ପହଞ୍ଚିଛି। ରିପୋର୍ଟ ଅନୁଯାୟୀ, ଏହି ଟିମ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ନୋଟିସ ଦେବା ପାଇଁ ସେଠାକୁ ଯାଇଥିବା ସୂଚନା ମିଳିଛି। ଏହା ଏକ ଜାଲ ଦସ୍ତଖତ (ଫର୍ଜରି) ମାମଲା ସହ ଜଡ଼ିତ, ଯେଉଁଥିରେ ଅଭିଷେକ ବାନାର୍ଜୀ ଦସ୍ତଖତ କରିଥିଲେ ଏବଂ ଏହାକୁ ବାଚସ୍ପତିଙ୍କୁ ହସ୍ତାନ୍ତର କରାଯାଇଥିଲା।
ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ପାଇଁ ସଂରକ୍ଷିତ ଗୁରୁତ୍ୱପୂର୍ଣ୍ଣ ପଦବୀଗୁଡ଼ିକରେ ନିଯୁକ୍ତି ସମ୍ପର୍କିତ ଏକ ପ୍ରସ୍ତାବରେ ଜାଲ ଦସ୍ତଖତ କରାଯିବା ମାମଲାରେ ଯାଞ୍ଚ ପାଇଁ ସିଆଇଡି ଟିମ ପହଞ୍ଚିଥିବା ଜଣାପଡିଛି।
ଅଭିଯୋଗ ଅନୁଯାୟୀ କିଛି ଟିଏମସି ବିଧାୟକଙ୍କ ସ୍ୱାକ୍ଷରରେ ଜାଲିଆତି ଓ ଅସଙ୍ଗତି ର ତଦନ୍ତ ସହ ଜଡିତ। ସିଆଇଡି ସୋମବାର (୮ ଜୁନ୍ ୨୦୨୬) ଅଭିଷେକ ବାନାର୍ଜୀଙ୍କୁ ତୃତୀୟ ଥର ପାଇଁ ନୋଟିସ୍ ଜାରି କରିଥିଲା ଏବଂ ୯ ଜୁନ୍ ସନ୍ଧ୍ୟା ୫ଟା ସୁଦ୍ଧା ଦକ୍ଷିଣ କୋଲକାତାସ୍ଥିତ ସିଆଇଡି ମୁଖ୍ୟାଳୟରେ ପଚରାଉଚରା ପାଇଁ ହାଜର ହେବାକୁ କହିଥିଲା। ସର୍ଚ୍ଚ ୱାରଣ୍ଟ ନେଇ CID ଟିମ୍ ପହଞ୍ଚିଥିବା ସୂଚନା।
ଅନ୍ୟପଟେ, ଟିଏମସିର ପୂର୍ବତନ ବିଧାୟକ ସବ୍ୟସାଚୀ ଦତ୍ତଙ୍କୁ ଅଦାଲତ ଆଠ ଦିନ ପାଇଁ ପୋଲିସ ହେପାଜତକୁ ପଠାଇ ଦେଇଛନ୍ତି। ଜବରଦସ୍ତି ଚାନ୍ଦା ଆଦାୟ ଏବଂ ଅପରାଧିକ ଧମକ ଦେବା ଅଭିଯୋଗରେ ମଙ୍ଗଳବାର ଭୋର ସମୟରେ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲାରୁ ତାଙ୍କୁ ଗିରଫ କରାଯାଇଥିଲା।
Powered by Froala Editor