ନିଜ ଦେହରେ ନିଆଁ ଲଗାଇଦେଲେ ଯୁବକ
ଭୁବନେଶ୍ବର: ପୁଣି ଜଣେ ଯୁବକ ନିଜକୁ ଜାଳି ଦେଇଛନ୍ତି । ସଙ୍କଟାପନ୍ନ ଅବସ୍ଥାରେ ଯୁବକଙ୍କୁ ଏମକେସିଜିରୁ କଟକ ଏସ୍ସିବିକୁ ସ୍ଥାନାନ୍ତର କରାଯାଇଛି । ଘଟଣା ଘଟିଛି ବ୍ରହ୍ମପୁର ବଡବଜାର ଥାନା ମେଣ୍ଟୁ ଛକରେ । ଯୁବକଙ୍କ ଶରୀରର ୮୦ପ୍ରତିଶତ ପୋଡି ଯାଇଥିବା ସୂଚନା ମିଳିଛି । ତେବେ ଯୁବକ ଜଣଙ୍କ ଏଭଳି ଚରମ ନିଷ୍ପତ୍ତି କାହିଁକି ନେଇଛନ୍ତି ତାହାର ପ୍ରକୃତ କାରଣ ଜଣାପଡିନାହିଁ । ହେଲେ ଯୁବକ ନିଜ ଦେହରେ ନିଆଁ ଲଗାଇବା ପୂର୍ବରୁ ଇନଷ୍ଟାଗ୍ରାମରେ ଏକ ମେସେଜ ପୋଷ୍ଟ କରି ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ ‘ମୋର କିଛି ହେଲେ କାହାର ଦୋଷ ନାହିଁ । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନାପ୍ରକାରେ, ପୁରୁଣା ବ୍ରହ୍ମପୁର ରାଧାକୃଷ୍ଣ ସାହିର ସୁରଜ ସାହୁ(୨୧) ବୁଧବାର ରାତି ୯ଟା ବେଳେ ମେଣ୍ଟୁ ଛକକୁ ଆସି ହଠାତ୍ ନିଜ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ା ଛକ ଉପରେ ସେ ଜଳୁଥିବା ଦେଖି ସେଠାରେ ଉପସ୍ଥିତ ଲୋକେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ା ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଏମକେସିଜି ମେଡିକାଲକୁ ନିଆଯାଇଥିଲା।
Powered by Froala Editor