ଅଳ୍ପକେ ଟଳିଲା ବଡ ଅଘଟଣ: ବଞ୍ଚିଗଲେ ୨୭୨ ଜଣ ଯାତ୍ରୀ
ନୂଆଦିଲ୍ଲୀ : ମଝି ଆକାଶରୁ ଫେରିଲା ବିମାନ। ଅଳ୍ପକେ ଟଳିଲା ବଡ ଅଘଟଣ। ବିମାନରେ ପ୍ରାୟ ୨୭୨ ଜଣ ଯାତ୍ରୀ ଥିଲେ। ଉଡ଼ାଣ ଆରମ୍ଭ କରିବା ମାତ୍ରେ ଏକ ଇଣ୍ଡିଗୋ ବିମାନ ହଠାତ୍ ଏକ ପକ୍ଷୀ ସହିତ ଧକ୍କା ହୋଇଥିଲା। ପକ୍ଷୀ ସହିତ ଧକ୍କା ହେବା ପରେ ବିମାନଟି ନାଗପୁର ବିମାନବନ୍ଦରକୁ ଫେରି ଆସିଥିଲା।
ବିମାନଟି ନାଗପୁରରୁ କଲକାତା ଯାଉଥିଲା। ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ଏକ ପକ୍ଷୀ ବିମାନ ସହିତ ଧକ୍କା ଖାଇଥିଲା। କ୍ରୁ ସଦସ୍ୟମାନେ ବିମାନଟିକୁ ବିମାନବନ୍ଦରକୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ବିମାନଟି ନାଗପୁରରେ ଜରୁରୀ ଅବତରଣ କରିଥିଲା। ଇଣ୍ଡିଗୋ ମୁଖପାତ୍ର କହିଛନ୍ତି ଯେ ଯାନ୍ତ୍ରିକ ତଦନ୍ତ ପରେ ଆଜି ପାଇଁ ଉଡ଼ାଣ ବାତିଲ କରାଯାଇଛି।
Powered by Froala Editor