‘ବନ୍ଦେ ମାତରଂ ଏବଂ ଭାରତ ମାତା କୀ ଜୟ’ ଧ୍ବନିରେ ଗୁଞ୍ଜରି ଉଠିଲା ଚୀନ ସହର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ ଗସ୍ତରେ ଯାଇ ଶନିବାର ତିଆନଜିନ ସହରରେ ପହଞ୍ଚିଛନ୍ତି, ଯେଉଁଠି ସେ ସାଂଘାଇ ସହଯୋଗ ସଂଗଠନ(ଏସସିଓ) ସମ୍ମିଳନୀରେ ଯୋଗଦେବେ। ତେବେ ମୋଦୀ ଚୀନରେ ପହଞ୍ଚିବା ପରେ ଏକ ଅଭୂତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ଵାଗତ କରାଯିବା ସମୟରେ ‘ବନ୍ଦେ ମାତରଂ ଏବଂ ଭାରତ ମାତା କୀ ଜୟ’ ଧ୍ବନିରେ ଗୁଞ୍ଜରି ଉଠିଥିଲା ପରିବେଶ।
୭ ବର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହା ପ୍ରଥମ ଚୀନ ଗସ୍ତ ଥିଲା। ସେଠାରେ ଭାରତୀୟ ସମୁଦାୟଙ୍କ ପକ୍ଷରୁ ‘ଭାରତ ମାତା କୀ ଜୟ’ ଏବଂ ‘ବନ୍ଦେ ମାତରଂ’ ଗାନ କରାଯାଇ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା। ଯାହା ବେଶ ଆକର୍ଷଣୀୟ ଥିଲା। ଭାରତୀୟ ସ୍ଵାଧୀନତା ସଂଗ୍ରାମର ଏହି ସ୍ଳୋଗାନ ମନ୍ତ୍ରମୁଗ୍ଧକର ପରିବେଶ ସୃଷ୍ଟି କରିଥିଲା।
Powered by Froala Editor