ନାବାଳକକୁ ସୁଇସାଇଡ୍ କରିବାକୁ ବାଟ ବତାଇଲା ଚାଟ୍ଜିପିଟି, ଅଭିଯୋଗ କଲେ ବାପା ମା
ପିଲାମାନଙ୍କୁ ଆତ୍ମଘାତର ପଦ୍ଧତି ବତାଇ କ୍ଷତି ପହଞ୍ଚାଉଛି ବୋଲି ଚାଟ୍ଜିପିଟି। ଚାଟ୍ଜିପିଟି ବ୍ୟବହାର କରି ଜଣେ କିଶୋର ମୃତ୍ୟୁ ବରଣ କରିବା ପରେ ତାଙ୍କ ବାପାମାଆ ମଙ୍ଗଳବାର ଦିନ ଚାଟ୍ଜିପିଟିର ମୂଳ ସଂସ୍ଥା ଓପନ୍ ଏଆଇ ଏବଂ ତାହାର ସିଇଓ ସାମ୍ ଅଲ୍ଟମ୍ୟାନଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।
ଆମେରିକାର କାଲିଫର୍ଣ୍ଣିଆରେ ଆତ୍ମହତ୍ୟା ଦ୍ୱାରା ମୃତ୍ୟୁ ହୋଇଥିବା ୧୬ ବର୍ଷୀୟ ଜଣେ ନାବାଳକର ମାତାପିତା OpenAI ବିରୁଦ୍ଧରେ ମୋକଦ୍ଦମା ଦାୟର କରିଛନ୍ତି। ଅଭିଯୋଗରେ କୁହାଯାଇଛି ଯେ କମ୍ପାନୀର ଚାଟବଟ ChatGPT ତାଙ୍କ ପୁତ୍ରକୁ ଆତ୍ମହତ୍ୟା କିପରି କରାଯାଏ ତା’ର ବିସ୍ତୃତ ବିବରଣୀ ଦେଇଥିଲା ଓ ତାକୁ ଆତ୍ମହତ୍ୟା ପାଇଁ ପ୍ରୋତ୍ସାହିତ କରିଥିଲା।
ସେମାନେ ଅଭିଯୋଗ କରିଛନ୍ତି ଯେ ଚାଟବଟ୍ ତାଙ୍କ ପୁଅକୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଛି। ପିତାମାତାଙ୍କ ମଦ କ୍ୟାବିନେଟରୁ ମଦ କିପରି ଚୋରି କରି ଆତ୍ମହତ୍ୟା ଉଦ୍ୟମର ପ୍ରମାଣ ଲୁଚାଇବ ସେ ବିଷୟରେ ନିର୍ଦ୍ଦେଶ ଦେଇଥିଲା। ଚାଟଜିପିଟି ଏକ ଆତ୍ମହତ୍ୟା ନୋଟ୍ ପ୍ରସ୍ତୁତ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲା।
Powered by Froala Editor