ଓଡପୁରରେ ଝାଡ଼ାବାନ୍ତି ପ୍ରକୋପ: ୪ ମୃତ, ଡାକ୍ତରଖାନାରେ ୬ ଚିକିତ୍ସିତ

ଦଶମନ୍ତପୁର: କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପାଇକ ଫୁଲବେଢ଼ା ପଞ୍ଚାୟତ ଅଧୀନସ୍ଥ ଓଡପୁର ଗୌଡ ସାହିରେ ଝାଡ଼ାବାନ୍ତି ପ୍ରକୋପ ଦେଖାଦେଇଛି। ସପ୍ତାହକ ମଧ୍ୟରେ ୩ ଜଣ ପ୍ରାଣ ହରାଇଥିବା ବେଳେ ଆଜି .କୋରାପୁଟ ଡାକ୍ତରଖାନାରେ ନଏନା ଗୌଡ(୫୦) ନାମ୍ନୀ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଏହାସହ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୬ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି। ଏହି ରୋଗରେ ସପ୍ତାହକ ମଧ୍ୟରେ ଜମବତୀ ଗୌଡ(୪୦), ମହେନ୍ଦ୍ର ଗୌଡ (୩୦), ରାଜେଶ ଗୌଡ (୩୭) ଓ ନଏନା ଗୌଡଙ୍କ ମୃତ୍ୟୁ ହୋଇଛି।
ସେହିପରି ତୁଳସୀ ଗୌଡ, ପାର୍ବତୀ ଗୌଡ, କମଳା ଗୌଡ, ହୀରାମଣି ଗୌଡ, ଗୋବିନ୍ଦ ଗୌଡ ଓ ଖଗପତି ଗୌଡ ଆକ୍ରାନ୍ତ ହୋଇ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ କଲେଜ ଓ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଖବର ପାଇ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟଦଳ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କୁ ସଚେତନ କରୁଛନ୍ତି। ଏହାସହ ଓଆରଏସ୍ ବଣ୍ଟନ କରିଛନ୍ତି।
Powered by Froala Editor