ପାଚେରୀ ଡେଇଁ ସଂସଦ ଭବନରେ ପ୍ରବେଶ କଲେ ଅଜଣା ଯୁବକ

ନୂଆଦିଲ୍ଲୀ: ସଂସଦର ସୁରକ୍ଷାରେ ବଡ ତ୍ରୁଟି ଦେଖାଦେଇଛି । ଜଣେ ଅଜଣା ବ୍ୟକ୍ତି ପାଚେରୀ ଡେଇଁ ସଂସଦ ଭବନରେ ପ୍ରବେଶ କରି ଗରୁଡ ଫାଟକରେ ପହଞ୍ଚିଥିଲେ । ସେ ରେଳ ଭବନ ପାଶ୍ୱର୍ରୁ ଏକ ଗଛ ଚଢି କାନ୍ଥ ଡେଇଁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ସେହି ବ୍ୟକ୍ତିଙ୍କୁ ସୁରକ୍ଷାକର୍ମୀମାନେ କାବୁ କରିଥିଲେ ।
ତେବେ ସଂପୃକ୍ତ ବ୍ୟକ୍ତି ଜଣଙ୍କ କାହିଁକି ସଂସଦ ଭବନରେ ପ୍ରବେଶ କରିଥିଲେ ସେ ବିଷୟରେ ଜଣାପଡିନାହିଁ । ସଂପୃକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରାଯିବ ସହ ତାଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ କରାଯାଉଛି ।
Powered by Froala Editor