ନବୀନ ନିବାସରେ ପ୍ରେମ ପଟ୍ଟନାୟକ

ଭୁବନେଶ୍ବର: ସାନ ଭାଇ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ନବୀନ ନିବାସରେ ପହଞ୍ଚିଛନ୍ତି ବଡ ଭାଇ ପ୍ରେମ ପଟ୍ଟନାୟକ। ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବାକୁ ଆସିଛନ୍ତି ବୋଲି ସୂଚନା ମିଳିଛି । ଡିହାଇଡ୍ରେସନ କାରଣରୁ ରବିବାର ସନ୍ଧ୍ୟାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ନବୀନ ପଟ୍ଟନାୟକ। ପ୍ରାୟ ୭୭ଘଣ୍ଟା ପରେ ସୁସ୍ଥ ହୋଇ ନବୀନ ନିବାସ ଫେରିଥିଲେ। ନବୀନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ଭଲ ଅଛି ।
Powered by Froala Editor