+୨ ରେ ଖାଲିପଡିଛି ୨ ଲକ୍ଷ ୩ ହଜାର ୫୮୧ ଆସନ
ଭୁବନେଶ୍ବର: ୨୦୨୫-୨୬ ଶିକ୍ଷାବର୍ଷରେ ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (+୨)ରେ ୨ ଲକ୍ଷ ୩ ହଜାର ୫୮୧ ଆସନ ଖାଲି ପଡ଼ିଛି। ମୋଟ ୫ ଲକ୍ଷ ୯୨ ହଜାର ୧୧ ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ଶେଷ ସୁଦ୍ଧା ୩ ଲକ୍ଷ ୮୮ ହଜାର ୪୩୦ ଆସନରେ ନାମଲେଖା ହୋଇଛି। ବାକି ଖାଲିଥିବା ଆସନରେ ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।
ସୂଚନା ଅନୁଯାୟୀ, +୨ କଳାରେ ୩ ଲକ୍ଷ ୩୫ ହଜାର ୩୧୪ ଆସନ ମଧ୍ୟରୁ ୮୬ ହଜାର ୧୨୬ ଆସନ ଖାଲି ରହିଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୮୯ ହଜାର ୬୯୩ ଆସନରୁ ୮୧, ୮୫୦, ବାଣିଜ୍ୟରେ ୪୨,୯୧୨ ଆସନରୁ ୨୨ ହଜାର ୯୮ ଆସନ, ଉପଶାସ୍ତ୍ରୀରେ ୧୩ ହଜାର ୪୫୬ରୁ ୭ ହଜାର ୩୭୧ ଓ ଧନ୍ଦାମୂଳକ ଶିକ୍ଷାରେ ୧୦ ହଜାର ୬୩୬ରୁ ୬ ହଜାର ୭୬ ଆସନ ପୂରଣ ହୋଇପାରିନି।
Powered by Froala Editor