ଅକ୍ଟୋବର ୨୪ ରୁ ଭୁବନେଶ୍ଵର-ଦୁବାଇ ବିମାନ ସେବା ବନ୍ଦ
ଭୁବନେଶ୍ଵର: ବନ୍ଦ ହେବ ଭୁବନେଶ୍ଵର-ଦୁବାଇ ବିମାନ ସେବା। ଇଣ୍ଡିଗୋ ପକ୍ଷରୁ ଭୁବନେଶ୍ଵର-ଦୁବାଇ ବିମାନ ସେବାକୁ ବନ୍ଦ କରି ଦିଆଯିବ। ଆସନ୍ତା ଅକ୍ଟୋବର ୨୪ ତାରିଖରୁ ଏହି ରୁଟରେ କମ୍ପାନୀ ଏହାର ସେବା ବନ୍ଦ କରିବା ନେଇ ସୂଚନା ମିଳିଛି। ତେବେ ଦୁବାଇ ଯିବାକୁ ଚାହୁଁଥିବା ଯାତ୍ରୀମାନେ ଭାୟା ଆବୁଧାବି ଦେଇ ଯାତ୍ରା କରିପାରିବେ। ୨୦୨୩ ମସିହା ମେ ମାସରୁ ଭୁବନେଶ୍ଵର-ଦୁବାଇ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରାଯାଇଥିଲା।
Powered by Froala Editor