ଟିବି ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବେ ଡ. ହରିବାବୁ କମ୍ଭମପାଟି
ଭୁବନେଶ୍ୱର: ୧୦୦ ଜଣ ଯକ୍ଷ୍ମା (ଟିବି) ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି। ସେମାନେ ଆରୋଗ୍ୟ ଲାଭ କରିବା ପର୍ଯ୍ୟନ୍ତ ପୋଷଣଯୁକ୍ତ ଖାଦ୍ୟ ପ୍ୟାକେଟ୍ ବଣ୍ଟନ କରାଯିବ। ଏନେଇ ରାଜଭବନ ପକ୍ଷରୁ ଆଗତ ପ୍ରସ୍ତାବକୁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମତି ପ୍ରଦାନ କରିଛି।
ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ ଲାଗି ରାଜ୍ୟପାଳଙ୍କ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ପ୍ରସ୍ତାବ ଦିଆଯାଇଥିଲା। ଏହାର ଉତ୍ତରରେ ସ୍ବାସ୍ଥ୍ୟ ବିଭାଗ ଶାସନ ସଚିବ ଅଶ୍ବଥୀ ଏସ୍ ରାଜ୍ୟପାଳଙ୍କ ଶାସନ ସଚିବ ରୂପା ରୋଶନ ସାହୁଙ୍କୁ ପତ୍ର ଲେଖି ଜଣାଇଛନ୍ତି ଯେ ଯକ୍ଷ୍ମାର ମୂଳୋତ୍ପାଟନ ଦିଗରେ ରାଜ୍ୟପାଳଙ୍କ ଆଗ୍ରହ ଅତ୍ୟନ୍ତ ସ୍ବାଗତଯୋଗ୍ୟ।
Powered by Froala Editor