୨୪ ବର୍ଷ ପରେ ଓଡ଼ିଶାରେ ଆରମ୍ଭ ହେବ SIR
ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍ ଗୋପାଳନ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ଆସନ୍ତା ମାସରୁ ଓଡ଼ିଶାରେ ସ୍ପେଶାଲ ଇଣ୍ଟେନସିଭ ରିଭିଜନ (SIR) ଆରମ୍ଭ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।
ବିହାରରେ ନିର୍ବାଚନ କମିସନଙ୍କ ପକ୍ଷରୁ କରାଯାଉଥିବା ଭୋଟର ତାଲିକାର ଏସଆଇଆର ବା ସ୍ବତନ୍ତ୍ର ସଂଶୋଧନ ପ୍ରକ୍ରିୟାକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା ଲାଗି ରହିଛି । ବିରୋଧୀ ଦଳମାନେ ଏହାକୁ ନେଇ ପ୍ରଶ୍ନ ଉଠାଉଥିବାବେଳେ ନିର୍ବାଚନ କମିସନ କହିଛନ୍ତି ଯେ ଖୁବଶୀଘ୍ର ଓଡ଼ିଶା ସମେତ ଅନ୍ୟ ରାଜ୍ୟମାନଙ୍କରେ ଏହି ପ୍ରକ୍ରିୟା ଆରମ୍ଭ ହେବ ।
୨୪ ବର୍ଷ ପରେ ଓଡ଼ିଶାରେ ଏନେଇ ଜାନୁଆରୀ ୭ରେ ଫାଇନାଲ ଭେରିଫିକେସନ ବାହାରିବ। କଂଗ୍ରେସ, ବିଜେଡି ଆପତ୍ତି ଅଭିଯୋଗର ସବୁ ଜବାବ ଦିଆଯାଇଛି ବୋଲି ସେ କହିଛନ୍ତି।
ଓଡ଼ିଶାରେ ଏହି ପ୍ରକ୍ରିୟା ଶେଷଥର ପାଇଁ ୨୦୦୨ ମସିହାରେ ହୋଇଥିଲା । ଗୋପାଲନ କହିଛନ୍ତି ଯେ ଏହି ପ୍ରକ୍ରିୟା ପରେ ଚୂଡ଼ାନ୍ତ ଭୋଟ ତାଲିକା ଆସନ୍ତା ବର୍ଷ ଜାନୁଆରି ୭ ତାରିଖରେ ପ୍ରକାଶ ପାଇବ । ସେ କହିଛନ୍ତି ଯେ ଓଡ଼ିଶାର ୭ ହଜାର ଏପିକ (ଭୋଟର ଫଟୋ ପରିଚୟପତ୍ର) ନମ୍ବର ଥିବା ଭୋଟର କାର୍ଡ ପରିବର୍ତ୍ତନ କରି ନୂଆ ଭୋଟର କାର୍ଡ ଦିଆଯାଇଛି। ଏଥିରୁ କେବଳ ୫ ହଜାର ଏପିକ ନମ୍ବର ବାଙ୍କୀରେ ଥିଲା । ସେ ସ୍ପଷ୍ଟ କରିଛନ୍ତି ଯେ କେବଳ ଏପିକ ନମ୍ବର ଥିବା ଭୋଟ ଦେବା ଲାଗି ଯଥେଷ୍ଟ ନୁହେଁ, ଏଥିପାଇଁ ଭୋଟର ପରିଚୟ ପତ୍ର ଥିବା ଆବଶ୍ୟକ ।
Powered by Froala Editor