ଅଧୀକ୍ଷଣ ଯନ୍ତ୍ରୀଙ୍କ ୮ଟି ଠିକଣାରେ ଚଢାଉ କରିଛି ଭିଜିଲାନ୍ସ
ଭୁବନେଶ୍ବର: ଅନୁଗୁଳ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ବିପୁଳ ସମ୍ପତ୍ତି ଠାବ ହୋଇଛି। ସୁନ୍ଦରଗଡରେ ୩ମହଲା ଓ ରାଉରକେଲାରେ ୨ମହଲା କୋଠା ଠାବ ହୋଇଛି । ଭୁବନେଶ୍ୱର ଘାଟିକିଆରେ ଯନ୍ତ୍ରୀଙ୍କର ରହିଛି ୨ଟି ଫ୍ଲାଟ୍ । ଏହାସହିତ ଗଞ୍ଜାମ ପୁରୁଷୋତ୍ତମ, ସୁନ୍ଦରଗଡ ଓ ରାଉରକେଲାରେ ୪ଟି ପ୍ଲଟ୍ ଠାବ ହୋଇଥିବା ବେଳେ ନଗଦ ୧ଲକ୍ଷ ୨୫ହଜାର ଟଙ୍କା ଏବଂ ବ୍ୟାଙ୍କ ଜମା ରାଶିର ତଦନ୍ତ କରୁଛି ଭିଜିଲାନ୍ସ । ସୋମବାର ସକାଳୁ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ୮ଟି ଠିକଣାରେ ଚଢାଉ କରିଛି ଭିଜିଲାନ୍ସ ।
Powered by Froala Editor