ଭାରତ-ଆମେରିକା ତିକ୍ତତା ମଧ୍ୟରେ ମୋଦୀ କରିବେ ଆମେରିକା ଗସ୍ତ
ନୂଆଦିଲ୍ଲୀ : ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ଭାରତ-ଆମେରିକା ମଧ୍ୟରେ ଲାଗି ରହିଛି ତିକ୍ତତା । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତ କରି ପାରନ୍ତି ବୋଲି ସୂଚନା ମିଳିଛି । ଆସନ୍ତା ମାସରେ ମୋଦୀ ଆମେରିକା ଗସ୍ତ କରି ପାରନ୍ତି । ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ କରିବାର କାରଣ ଜାତିସଂଘ ସାଧାରଣ ସଭା(ୟୁଏନଜିଏ)ରେ ଅଂଶଗ୍ରହଣ କରିବା । ତେବେ ଏହି ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ହେବ ବୋଲି ମଧ୍ୟ ଖବର ସାମ୍ନାକୁ ଆସିଛି ।
ସେପ୍ଟେମ୍ବରରେ ନ୍ୟୁୟର୍କରେ ୟୁଏନଜିଏ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସମୟରେ ମୋଦୀ-ଟ୍ରମ୍ପଙ୍କ ସାକ୍ଷାତ ହେବାର ରହିଛି । ବୈଠକ ୨୩ ରୁ ୨୭ ସେପ୍ଟେମ୍ବର ମଧ୍ୟରେ ହେବାର ରହିଛି । ପ୍ରଧାନମନ୍ତ୍ରୀ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକିଙ୍କୁ ମଧ୍ୟ ଭେଟି ପାରନ୍ତି ।
Powered by Froala Editor