ଓଏସ୍ଆର୍ଟିସି ବସ୍ ଦୁର୍ଘଟଣାଗ୍ରସ୍ତ
ପଦ୍ମପୁର: ଭାରସାମ୍ୟ ହରାଇ ଚାଷ ଜମି କୁ ଓଲଟିଲା ଓଏସ୍ଆର୍ଟିସି ବସ୍। ଅଳ୍ପକେ ବର୍ତ୍ତିଲେ ୪୯ ଯାତ୍ରୀ। ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଆଖୁସିଙ୍ଗ ଦେଇ ଯାଉଥିବା ୩୨୬ ନଂ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ପୁରୀରୁ କୋଟପାଡ଼ ଅଭିମୁଖେ ଯାଉଥିବାବେଳେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଚାଷ ଜମିକୁ ଓଲଟି ପଡିଛି । ରାତ୍ରି ପ୍ରାୟ ୩ ଟା ସମୟ ରେ ଏହି ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ପଦ୍ମପୁର ପୁଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ପଦ୍ମପୁର ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି। ସେଥରୁ ୧୫ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି।
Powered by Froala Editor